ଓଡ଼ିଶାର ବିଶିଷ୍ଠ ଶିଶୁ ସାହିତ୍ୟିକ ତଥା ବିଶିଷ୍ଠ ସାରସ୍ୱତ ସାଧକ ସ୍ୱର୍ଗତ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ୮୮ ତମ ଜୟନ୍ତୀ ଉତ୍ସବ

କଟକ-: ଓଡ଼ିଶାର ବିଶିଷ୍ଠ ଶିଶୁ ସାହିତ୍ୟିକ ତଥା ବିଶିଷ୍ଠ ସାରସ୍ୱତ ସାଧକ ସ୍ୱର୍ଗତ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ୮୮ ତମ ଜୟନ୍ତୀ ଉତ୍ସବ ଆଜି ତାଙ୍କ ଜନ୍ମ ଭୂମି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନା ଯୋଗଦେଇ ସ୍ୱର୍ଗତ  ପୋଥାଳଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଓଡ଼ିଶାର ଶିଶୁ ସାହିତ୍ୟ ଜଗତକୁ ସ୍ୱର୍ଗତ ପୋଥାଳଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଜେନା ମତବ୍ୟକ୍ତି କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ ଆହ୍ୱାନ ଦେଇଥିଲେ ।