ହୀରାକୁଦ ଡ୍ୟାମରେ ମୋଟ ୧୦ଟି ଗେଟ୍ ଦେଇ କରାଯାଉଛି ଜଳ ନିଷ୍କାସନ

ସମ୍ବଲପୁର: ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍ । ଏବେ ମୋଟ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ତେବେ ବାମ ପାଶ୍ୱର୍ରେ ୬ଟି ଓ ଡାହଣ ପାଶ୍ୱର୍ରେ ୪ଟି ଗେଟ କୋଲାଯାଇଥିବା କୁହାଯାଉଛି । ତେବେ ଉପର ମୁଣ୍ତରେ ଵର୍ଷା ଯୋଗୁ ଜଳପ୍ରବେଶ ବଢୁଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୭୧ ଫୁଟ ରହିଛି । ସେକେଣ୍ତ ପ୍ରତି ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୭୨ ହଜାର ୧୯୦ କ୍ୟୁସେକ ଜଳ ନିଷ୍କାସନ ହେଉଛି।
ସୂଚନାନୁଯାୟୀ, ଉପର ମୁଣ୍ଡରୁ ଆଗକୁ ଆହୁରି ଅଧିକ ମାତ୍ରାରେ ଜଳ ପ୍ରବେଶ କରିଲେ ଆହୁରି ଗେଟ ଖୋଲା ଯିବ ବୋଲି ସୂଚନା ମିଳିଛି । ଗତକାଲି ପ୍ରଥମେ ଦୁଇଟି ଗେଟ୍ ଖୋଲା ଯାଇଥିଲା । ସେପଟେ ରାଜ୍ୟରେ ଲଘୁଚାପ ସକ୍ରିୟ ରହିଛି । ଫଳରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।