ଭୂବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ ମାମଲାରେ ପୁଣି ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବାଲେଶ୍ୱର ପୋଲିସ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮ ଜଣ ଦଲାଲଙ୍କୁ ଗିରଫ କରିଛି ।ଏହି ପ୍ରଶ୍ନପତ୍ର ଲିକ ମାମଲାରେ ଏ ଯାଏଁ ୨୫ ଜଣକୁ ପୋଲିସ ଗିରଫ କରି ସାରିଲାଣି । ପ୍ରଶ୍ନପତ୍ର ଲିକ ମାମଲାର ଆହୁରି ଅଧିକ ତଦନ୍ତ ଚାଲିଥିବା କଥା ପୋଲିସ କହିଛି ।ଏହି ମାମଲାରେ ପୂର୍ବରୁ ୧୭ ଜଣଙ୍କୁ ଗିରଫ କରାଯାଇଛି ।
ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷାର ପ୍ରଶ୍ନପତ୍ର ଲିକ ମାମଲାରେ କିଛି ଦିନ ତଳେ ବିହାରରୁ ଏହାର ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଥିଲା । ତା’ ସହିତ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ବିହାରରୁ ଗିରଫ କରାଯାଇଥିଲା । ଏହା ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ପୁଲିସ ଗିରଫ କରିଥିଲା ।