ସପ୍ତମ ରାଉଣ୍ଡ ଗଣତି ଶେଷ ହୋଇଛି : ୩୧,୧୦୮ ରେ ଆଗୁଆ ବିଜେପି
Seventh round counting is over: BJP leading by 31,108
ଭଦ୍ରକ : ଧାମନଗରରେ ସବୁ ଦଳର ବଢୁଛି ହାର୍ଟବିଟ । ଆଜି ଧାମନଗର ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି । ହେଲେ ଏହାରି ଭିତରେ ବିଜେପି ଆଗେଇ ଚାଲିଛି । ପଛରେ ପଡିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଧାମନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ମୋଟ ୧୮ଟି ରାଉଣ୍ଡରେ ଗଣତି ହେବାକୁ ଥିବାବେଳେ ଏବେସୁଦ୍ଧା ସପ୍ତମ ରାଉଣ୍ଡ ଗଣତି ଶେଷ ହୋଇଛି ।
ଲଗାତାର ସପ୍ତମ ରାଉଣ୍ଡରେ ମଧ୍ୟ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ୟ୍ୟଂବଶୀ ସୂରଜ । ଏହି ରାଉଣ୍ଡରେ ବିଜେପି ସୂର୍ୟ୍ୟଂବଶୀ ୫୨୦୦ ଭୋଟରେ ଆଗୁଆ । ବିଜେପି ୩୧,୧୦୮ , ରେ ଆଗୁଆ ଥିବାବେଳେ ବିଜେଡି ୨୫,୯୦୮, କଂଗ୍ରେସ ୧୧୨୨, ସ୍ୱାଧିନ ୪୯୫୩ ରେ ରହିଛି ।