ମୋଦି ସରକାରଙ୍କ ଘୋଷଣା ବଜାରକୁ ଆସିବ ୭୫ ଟଙ୍କିଆ କଏନ

(ରିପୋଟର୍ସ ଟୁଡ଼େ) ମୋଦି ସରକାରଙ୍କ ପୁଣି ଏକ ବଡ଼ ଘୋଷଣା । ଆଣ୍ଡାମାନ ନିକୋବରର ରାଜଧାନୀ ପୋର୍ଟବ୍ଲେୟରେ ସୁଭାଷ ଚନ୍ଦ୍ର ବୋଷଙ୍କ ତ୍ରିରଙ୍ଗା ଉଡ଼ାଇବାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରିଛନ୍ତି ମୋଦୀ । ଏହା ହେଉଛି କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ୩୦ ସେପ୍ଟେମ୍ବର ୧୯୪୩ରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡ଼ାଇଥିଲେ ନେତାଜୀ । ତେଣୁ ଏହି କୋମେମୋରେଟିଭ କଏନ ବା ସ୍ମୃତିରକ୍ଷା ପାଇଁ ଉଦ୍ଦିଷ୍ଟ କଏନ ଜାରି କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଅର୍ଥ ମନ୍ତ୍ରାଳୟ ତରଫରୁ ନୋଟିଫିକେସନ ଜାରି କରାଯାଇଛି ।

ଏହି ୭୫ ଟଙ୍କିଆ କଏନର ବିଶେଷତ୍ୱ:
– ୭୫ ଟଙ୍କିଆ ଏହି କଏନର ଓଜନ ରହିବ ୩୫ ଗ୍ରାମ୍ ।
– ଏଥିରେ ୫୦ ପ୍ରତିଶତ ଚାନ୍ଦି, ୪୦ ପ୍ରତିଶତ ତମ୍ବା ଏବଂ ୫-୫ ପ୍ରତିଶତ ନିକଲ ଏବଂ ଜିଙ୍କ୍ ରହିବ ।
– କଏନରେ ସେଲ୍ୟୁଲର୍ ଜେଲର ପଛରେ ତ୍ରିରଙ୍ଗାକୁ ସଲାମ ଦେଉଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ଛବି ରହିବ ।
– ପୋଟ୍ରେଟ୍ ତଳେ ଦେବନଗରୀ ଏବଂ ଇଂରାଜିରେ ପ୍ରଥମ ଧ୍ବଜାବରଣ ଦିବସ ଲେଖାଯିବ ।