ଦୁଇତୃତୀୟଂଶ ଲୋକଙ୍କ ଠାରେ କରୋନା ବିରୋଧରେ ଲଢ଼ିବା ପାଇଁ ଆଣ୍ଟିବଡ଼ି ତିଆରି ହୋଇଛି : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ
ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍) ଚତୁର୍ଥ ସେରୋ ସର୍ଭେର ଫଳାଫଳ ଘୋଷଣା କରିଛି। ଏହି ସର୍ଭେ ଅନୁସାରେ, ଦେଶର ଜନସଂଖ୍ୟାର ଦୁଇତୃତୀୟଂଶ ଲୋକଙ୍କ ଠାରେ କରୋନା ବିରୋଧରେ ଲଢ଼ିବା ପାଇଁ ଆଣ୍ଟିବଡ଼ି ତିଆରି ହୋଇଛି।
(ଦିଲ୍ଲୀ) : ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍) ଚତୁର୍ଥ ସେରୋ ସର୍ଭେର ଫଳାଫଳ ଘୋଷଣା କରିଛି। ଏହି ସର୍ଭେ ଅନୁସାରେ, ଦେଶର ଜନସଂଖ୍ୟାର ଦୁଇତୃତୀୟଂଶ ଲୋକଙ୍କ ଠାରେ କରୋନା ବିରୋଧରେ ଲଢ଼ିବା ପାଇଁ ଆଣ୍ଟିବଡ଼ି ତିଆରି ହୋଇଛି। ଏମାନଙ୍କ ମଧ୍ୟରେ ଛୋଟ ପିଲାମାନେ ମଧ୍ୟ ରହିଛନ୍ତି। ଅନ୍ୟପଟେ ଏବେ ବି ୪୦ କୋଟି ଲୋକ ବିପଦଶ୍ରେଣୀରେ ରହିଛନ୍ତି।
ସୂଚନାନୁଯାୟୀ , ଏହି ସର୍ଭେରୁ ଜଣାପଡ଼ିଛି ଯେ ୬-୧୭ ବର୍ଷ ବୟସ ବର୍ଗର ୫୦ ପ୍ରତିଶତରୁ ପିଲାମାନଙ୍କ ଠାରେ କରୋନା ବିରୋଧରେ ଲଢ଼େଇ ପାଇଁ ଆଣ୍ଟିବଡ଼ି ତିଆରି ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପିଲାମାନଙ୍କ ଠାରୁ ବୟସ୍କମାନଙ୍କ ଠାରେ କରୋନା ବିରୋଧୀ ଲଢ଼େଇ ପାଇଁ ଅଧିକ ଆଣ୍ଟିବଡ଼ି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ସର୍ଭେ ଅନୁସାରେ, ୪୫-୬୦ ବର୍ଷ ବୟସ ବର୍ଗରେ ୭୭.୬ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି ବିକଶିତ ହୋଇଥିବା ବେଳେ ତା ତଳକୁ ରହିଛି ୬୦ ବର୍ଷ ବୟସରୁ ଅଧିକ ବୟସ ବର୍ଗ। ଏହି ବର୍ଗର ୭୬.୭ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ବିକଶତି ହୋଇଛି। ସେହିପରି ୧୮-୪୪ ବୟସ ବର୍ଗରେ ୬୬.୭ ପ୍ରତିଶତ ଲୋକଙ୍କ ଠାରେ କରୋନା ଆଣ୍ଟିବଡି ମିଳିଛି।