ଗଜପତିରେ ୬୪ ତମ ଶହୀଦ ଦିବସ ପାଳିତ

ଗଜପତି/ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟରେ ଥିବା ବେତାଗୁଡା ରିଜର୍ଭ ପୋଲିସ ପଡିଆ ଠାରେ ୬୪ ତମ ଶହୀଦ ଦିବସ ପାଳିତ ହୋଇ ଯାଇଛି।ଗଜପତି ଆରକ୍ଷୀ ଅଧିକ୍ଷକ ସ୍ବାତି ଏସ କୁମାର ଓ ଗଜପତି ଜିଲ୍ଲା ପାଳ ସ୍ମୃତିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଶହୀଦ ସ୍ତମ୍ଭରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କର୍ତ୍ତବ୍ୟ ସମୟରେ ଦେଶର ନିଜ ଦାୟିତ୍ୱ ତୁଲାଉଥିବା ବେଳେ ନିଜ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଶହୀଦ ମାନଙ୍କୁ ସ୍ମରଣ କରି ଥିଲେ ଏସ ପି ସ୍ବାତି ଏସ କୁମାର।

ଜିଲ୍ଲାରେ ଶହୀଦ ହୋଇ ଥିବା ଶହୀଦଙ୍କ ପରିବାର ବର୍ଗଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନ ଜଣାଇଥିଲେ।ସେହି ବୀର ପୁତ୍ର ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଏହି ଦିବସ ପାଳନ କରାଯାଉଥିବା ଗଜପତି ଏସ ପି ତାଙ୍କ ବକ୍ତବ୍ୟ ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତା ପଠନ କରିଥିଲେ। ଶେଷରେ ପ୍ୟାରେଡ଼ ଥିବା ପୋଲିସ ଯବାନମାନେ ଗାର୍ଡ ଅଫ ଅନର ଦେଇଥିଲେ ଓ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ ମହାନ୍ତି, ଏସ ଡି ପି ଓ ମାଧବାନନ୍ଦ ନାୟକ ଙ୍କ ସହ ବହୁ ପୋଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।