ସମ୍ବଲପୁର: ହିରାକୁଦ ଡ୍ୟାମର ବନ୍ଦ ହେଲା ଆଉ ୬ଟି ଗେଟ । ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇବାରୁ ଆଜି ଆଉ ୬ଟି ଗେଟ ବନ୍ଦ କରାଯାଇଛି । ବ ର୍ତ୍ତମାନ ୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ହୀରାକୁଦ ଜଳଭଣ୍ଡାରୁ୧,୫୭,୧୩୨ କ୍ୟୁସେକ ଜଳ ନିଷ୍କାସନ ହେଉଛି । ସେହିପରି ହିରାକୁଦ ଜଳଭଣ୍ଡାରରେ ୬୦୭.୪୧ ଫୁଟ ଜଳସ୍ତର ରହିଛି । ତେବେ ହୀରାକୁଦକୁ ପ୍ରତି ସେକେଣ୍ଡରେ ୫୫,୦୬୦ କ୍ୟୁସେକ ଜଳ ପ୍ରବେଶ କରୁଥିବା କୁହାଯାଉଛି ।