ହୀରାକୁଦ ଜଳଭଣ୍ଡାର : ଖୋଲିଲା ଆଉ ୨ଟି ଗେଟ୍

ହୀରାକୁଦ ଉପରମୁଣ୍ଡରେ ଲଘୁଚାପ ପ୍ରଭାବରେ ଶନିବାର ଠାରୁ ଜଳପ୍ରବାହ ବୃଦ୍ଧି ପାଇବାରେ ଲାଗିଛି ।

(ହୀରାକୁଦ) : ହୀରାକୁଦ ଉପରମୁଣ୍ଡରେ ଲଘୁଚାପ ପ୍ରଭାବରେ ଶନିବାର ଠାରୁ ଜଳପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ପରିସ୍ଥିତିକୁ ଦେଖି ୪ଟି ଗେଟ୍‌ ଖୋଲାଯାଇଥିବା ବେଳେ ଆଜି ପୁଣି ଆଉ ୨ଟି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଜଳସ୍ତର ୬୦୯.୫୨ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୭ ହଜାର ୬୨୯ କ୍ୟୁସେକ ଜଳ ପ୍ରବେଶ ହେଉଛି ।

ସୂଚନାନୁଯାୟୀ , ରାତି ୯ଟା ସୁଦ୍ଧା ଜଳସ୍ତର ୬୦୮.୦୬ ଫୁଟ୍‌କୁ ପହଞ୍ଚିଥିବା ବେଳେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୨୬ ହଜାର ୧୯ କ୍ୟୁସେକ ପାଣି ପ୍ରବେଶ କରୁଥିଲା ।