ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ

ପୁରୀ: ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଛନ୍ତି ପାଣ୍ଡିଆନ । ପତ୍ନୀଙ୍କ ସହ ଆଜି ସକାଳୁ ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ପୁରୀ ପହଞ୍ଚି ଶ୍ରୀମନ୍ଦିର ଯାଇଥିବା ବେଳେ ଭିତର ବେଢା ପରିକ୍ରମା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପରେ ଦର୍ଶନ ସାରି ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି।ସାଙ୍ଗରେ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତିକାୟନ ପାଣ୍ଡିଆନ ଆସିଥିଲେ।