ମୟୂରଭଞ୍ଜରେ 5T ସଚିବ ଭିକେ ପାଣ୍ଡିଆନ୍ : ପର୍ଯ୍ୟଟନ କ୍ଷେତ୍ରରେ ବଦଳିବ ମୟୂରଭଞ୍ଜର ରୂପରେଖ

ମୟୂରଭଞ୍ଜ: ମୟୂରଭଞ୍ଜରେ 5T ସଚିବ ଭିକେ ପାଣ୍ଡିଆନ୍। ଦୁଇ ଦିନିଆ ଗସ୍ତରେ ମୟୂରଭଞ୍ଜ ଯାଇଛନ୍ତି 5T ସଚିବ । ଗତକାଲି ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟଟନସ୍ଥଳୀ ବୁଲି ଏହାର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେବା ସହ ମୟୂରଭଞ୍ଜ ଜିଲ୍ଲାର ମରଣଯନ୍ତା ପାଲଟିଥିବା ଦ୍ୱାରସୁଣି ଘାଟିର ବିକଳ୍ପ ଚିନ୍ତା କରିଛନ୍ତି । ରାଇରଙ୍ଗପୁର ଉପଖଣ୍ଡ ସହିତ ବାରିପଦା ଉପଖଣ୍ଡକୁ ଏହି ଘାଟି ଅଲଗା କରିଦେଉଛି ।

୪୯ ନମ୍ବର ଜାତୀୟ ରାଜପଥ ଚନ୍ଦନପୁର ଠାରେ ସମୀକ୍ଷା କରିଛନ୍ତି । ତେବେ ପ୍ରଥମେ ଦ୍ବାରଶୁଣୀ ଘାଟିରେ ପହଞ୍ଚି ସେଠାରେ ସ୍ଥିତି ଅନୁଧ୍ଯାନ କରିବା ପରେ ପହଞ୍ଚିଥିଲେ ବାରିପଦା ଜଗନ୍ନାଥ ମନ୍ଦିର। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ ସେବାୟତ। ପରେ 5T ସଚିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।