ଦୁଇଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ

ଅନୁଗୁଳ : ଦୁଇଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ। ପ୍ରଥମେ ତାଳଚେର ଗସ୍ତ କରି ହିଙ୍ଗୁଳା ପୀଠରେ ପହଞ୍ଚି ମା ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି5T ସଚିବ । ଏହା ପରେ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ନିର୍ମାଣାଧୀନ ମନ୍ଦିରର ନକ୍ସା ଦେଖିବା ସହ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ହିଙ୍ଗୁଳା ମନ୍ଦିରର ନବକଳେବର ନିମନ୍ତେ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି ଫାଇଭ-ଟି ସଚିବ ।

ଏହା ସହ ବ୍ରାହ୍ମଣୀନଦୀରୁ ପାଇପ ଯୋଗେ ଅନୁଗୋଳ ଓ ବଅଁରପାଳକୁ ପାନୀୟ ଜଳ ଯୋଗାଣ ନେଇ ଭିତ୍ତିଭୂମିର ସମୀକ୍ଷା ଥିଲେ 5T ସଚିବ। ପରେ ତାଳଚେର କଲେଜ ପଡ଼ିଆରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ନେଇ ଆପତ୍ତି ଅଭିଯୋଗ ଶୁଣିଛନ୍ତି। ଖୁବ ଶୀଘ୍ର ସମସ୍ୟାର ସମାଧାନ ନେଇ ସେ ଆଶ୍ୱାସନା ଦେଇଛନ୍ତି।