ପୁରୀ: ପୁରୀ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ପୁରୀରେ ମହାପ୍ରଭୁ ଦର୍ଶନ କରିଛନ୍ତି 5T ସଚିବ । ଶ୍ରୀମନ୍ଦିର ଭିତରେ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ରହି ବେଢା ପରିଦର୍ଶନ କରିଥିଲେ । 5T ସଚିବଙ୍କ ସହିତ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି କମିଶନର ସୁଜାତା ଆର କାର୍ତ୍ତିକେୟନ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ ସାରି ଉଭୟ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ ।