ଭୁବନେଶ୍ୱର: କେନ୍ଦ୍ରାପଡାରେ ୫ଟି ସଚିବ । ଦୁଇଦିନିଆ ଗସ୍ତରେ ଭିକେ ପାଣ୍ଡିଆନ । ସେଠାରେ ଆରଏମସି ଅଧୀନରେ ନିର୍ମାଣାଧୀନ କୋଲ୍ଡ ଷ୍ଟୋରେଜର ଅନୁଧ୍ୟାନ କରିବା ପରେ ଜଝାଙ୍ଗରେ ମହିଳାଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା କାଇଁଚ କାରିଗରୀ ବୁଲି ଦେଖିବା ସହ ମାଆ ମାନଙ୍କ ସହ କରିବେ ଆଲୋଚନା । ବଡ଼ମୂଳବସନ୍ତରେ ମାଆମାନଙ୍କ ଦ୍ବାରା କରାଯାଇଥିବା ମତ୍ସ୍ୟ ଚାଷ ସମ୍ପର୍କରେ ଅନୁଧ୍ୟାନ କରି ପଟ୍ଟାମୁଣ୍ଡାଇ ଯିବେ ଫାଇଭ-ଟି ସଚିବ । ପଟ୍ଟାମୁଣ୍ଡାଇ ଇନଡୋର ଷ୍ଟାଡିୟମ ଓ ଇନଡୋର ହଲରେ ବିଭିନ୍ନ କାର୍ୟ୍ୟର ଅନୁଧ୍ୟାନ ପରେ ଗୋଲରାହାଟରେ ଦଧିବାମନଜୀଉ ମନ୍ଦିର ପରିଦର୍ଶନ କରିବେ । ପରେ ଡେରାବିଶ ବ୍ଲକ ମିଶନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ ପରେ ସଂସ୍କୃତି ଭବନରେ ମିଶନ ଶକ୍ତି ମାଆମାନଙ୍କ ସହ ଆଲୋଚନା କାର୍ୟ୍ୟକ୍ରମ ରହିଛି। ଏହାପରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ସମ୍ପର୍କରେ ସମୀକ୍ଷା କରିବେ ଫାଇଭ-ଟି ସଚିବ। ଏହାପରେ ରାମନଗରର ରାମଚଣ୍ଡୀ ପୀଠ ପରିଦର୍ଶନ କରି କେନ୍ଦ୍ରାପଡ଼ା ସମଗୁଡ଼ିଆରେ ନବନିର୍ମିତ ୩୦୦ବେଡ ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଅନୁଧ୍ୟାନ କରିବା କାର୍ୟ୍ୟକ୍ରମ ରହିଛି। ପରେ ଆସନ୍ତାକାଲି ମଧ୍ୟ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କରିବେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ।