ମିଶନ ଶକ୍ତି କାଫେରେ ଖାଇଲେ 5T ସଚିବ ଭି କେ ପାଣ୍ଡିଆନ

କଳାହାଣ୍ଡି: କଳାହାଣ୍ଡି ଗସ୍ତରେ 5T ସଚିବ । ମିଶନ ଶକ୍ତି କାଫେରେ ଖାଇଲେ 5T ସଚିବ ଭି କେ ପାଣ୍ଡିଆନ ।ଏଥିସହ ନିଜ ପତ୍ନୀ ତଥା ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ସହ ମହିଳାମାନଙ୍କୁ କଥାବାର୍ତ୍ତା କରାଇଛନ୍ତି । ଆଜିଠୁ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ଗ୍ରାଉଣ୍ଡରେ ବିକାଶର ଅନୁଧ୍ୟାନ କରିବା ସହ ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରୁଛନ୍ତି । ବେଲଖଣ୍ଡି ଶିବ ମନ୍ଦିର ଯାଇ ଦର୍ଶନ କରିବା ପରେ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ।ପରେ ଆମ ହସପିଟାଲରେ ଅଧୀନରେ ରୂପାନ୍ତରିତ ହେଉଥିବା ଏମ. ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଅନୁଧ୍ୟାନ କରିଛନ୍ତି ।