ଭୁବନେଶ୍ୱର : ସତ୍ୟନଗରରେ ନିର୍ମାଣାଧୀନ ବିଏମସିର ନୂଆ ବିଲଡିଂ ଏବଂ ଓ ହବ ପରିଦର୍ଶନ କରି ଅଗ୍ରଗତିର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପରିଦର୍ଶନ କଲେ 5T ସଚିବ ଭି.କେ. ପାଣ୍ଡିଆନ । ପ୍ରକଳ୍ପର ଅଗ୍ରଗତି ଓ ଧାର୍ଯ୍ୟ ସମୟରେ ନିର୍ମାଣ ସମାପ୍ତ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।

ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ପାଇଁ ବିଏମସି ନିର୍ମାଣ କରୁଛି ଡେଭଲପମେଣ୍ଟ ସେଣ୍ଟର । ଭୁବନେଶ୍ୱରରେ ବହୁରାଷ୍ଟ୍ରୀୟ କମ୍ପାନିମାନଙ୍କର ଏତେ ବଡ଼ ବିକାଶ କେନ୍ଦ୍ର ଖୋଲିବା ଦ୍ବାରା ଯୁବକମାନଙ୍କ ପାଇଁ ବଡ଼ ଚାକିରି ସୁଯୋଗ ସୃଷ୍ଟି କରିବ। ପ୍ରଥମ ଥର ପାଇଁ ଓଡ଼ିଶାରେ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବାକୁ ଆଇବିଏମ ଓ ଡେଲୋଏଟ ଭଳି ବହୁରାଷ୍ଟ୍ରୀୟ କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି ।

ଉଭୟ ବହୁରାଷ୍ଟ୍ରୀୟ କମ୍ପାନି ପ୍ରଥମ ଥର ପାଇଁ ଓଡିଶାରେ ପାଦ ରଖିଛନ୍ତି ଏବଂ ଉଭୟ କେନ୍ଦ୍ର ୨୦୨୨ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମା, E&IT ସଚିବ ମନୋଜ ମିଶ୍ର ଥିଲେ ଉପସ୍ଥିତ । BSCLର ଅଧ୍ୟକ୍ଷ ସଞ୍ଜୟ ସିଂ, ବିଏମସି କମିଶନର ଭିଜୟ କୁଲାଙ୍ଗେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।