ଭୋର ୪.୩୦ରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ

ଭୁବନେଶ୍ବର : ନବୀନ  ଓଡିଶା  ଓ  5T ଅଧ୍ୟକ୍ଷ ଶ୍ରୀ   ଭି  କେ  ପାଣ୍ଡିଆନ୍  ଆଜି  ବଡିଭୋର  ରୁ  ପୁରୀ  ଯାଇ ୪.୩୦ରେ ଶ୍ରୀମନ୍ଦିର  ପରିକ୍ରମା  ପ୍ରକଳ୍ପ ର  ଅଗ୍ରଗତି  ସମ୍ପର୍କରେ  ସମୀକ୍ଷା  କରିଥିଲେ  ।  ପରିକ୍ରମା  ପ୍ରକଳ୍ପ  କାମ  ତ୍ଵରାନ୍ଵିତ  କରି 2023 ଡିସେମ୍ବର 15  ସୁଦ୍ଧା  ସମ୍ପୂର୍ଣ୍ଣ  କରିବାକୁ  ସେ  ନିର୍ଦ୍ଦେଶ  ଦେଇଥିଲେ  ।  ଶ୍ରୀକ୍ଷେତ୍ରରେ  ଥିବା  ବିଭିନ୍ନ  ମଠ  ଗୁଡିକର  ପୁନରୁଦ୍ଧାର  କାମ  ତ୍ୱରାନ୍ୱିତ  କରିବା  ପାଇଁ  5T ଓ  ନବୀନ  ଓଡିଶା  ଅଧକ୍ଷ  ନିର୍ଦ୍ଦେଶ  ଦେଇଥିଲେ  ।  ପୁନରୁଦ୍ଧାର  ସମୟରେ  ମଠ  ଗୁଡିକର ଇତିହାସ  ଓ   ପରମ୍ପରା  କୁ  ଗୁରୁତ୍ଵ  ଦେଇ  ସମସ୍ତ  ଭାଗୀଦାର  ମାନଙ୍କ   ସହଯୋଗ  ରେ  କାମ  କରିବାକୁ  ଶ୍ରୀ  ପାଣ୍ଡିଆନ୍  ପରାମର୍ଶ  ଦେଇଥିଲେ    ।  ପରିକ୍ରମା  ପ୍ରକଳ୍ପ  landscaping  କାମରେ  ଜଗନ୍ନାଥ  ସଂସ୍କୃତି  ସହ  ଜଡିତ  ବିଭିନ୍ନ  ଦେଶୀୟ   ବୃକ୍ଷ  ଓ  ଗୁଳ୍ମ  ଲଗାଇବାକୁ  ଶ୍ରୀ  ପାଣ୍ଡିଆନ୍  ପରାମର୍ଶ  ଦେଇଥିଲେ    ।  ଏତବ୍ୟତୀତ  ମେଘନାଦ  ପାଚେରୀ  ନିକଟରେ  ମନ୍ଦିରର  କ୍ଷୁଦ୍ର  ପ୍ରତିକୃତି  ନିର୍ମାଣ  କରିବା  ପାଇଁ  ମଧ୍ଯ  ସେ  ପରାମର୍ଶ  ଦେଇଥିଲେ  ।  ମହାପ୍ରଭୁଙ୍କ  ଦର୍ଶନ  ପାଇଁ  ଆସୁଥିବା  ଯାତ୍ରୀ  ମାନେ  ଯେପରି  ସ୍ବଚ୍ଛନ୍ଦରେ  ମନ୍ଦିର  ରେ  ପହଞ୍ଚି  ପାରିବେ  ସେଥିପାଇଁ  ମନ୍ଦିର  ସଂଯୁକ୍ତ  ରାସ୍ତା  କୁ  ଅବରୋଧ  ମୁକ୍ତ  ରଖିବା  ପାଇଁ  ଶ୍ରୀ  ପାଣ୍ଡିଆନ୍  ନିର୍ଦ୍ଦେଶ  ଦେଇଥିଲେ    ।  ସ୍ଥାନୀୟ  ଲୋକ ତଥା  ସେବାୟତ ମାନଙ୍କ  ସୁବିଧା  ପାଇଁ  ଦୁଇ ଚକିଆ  ଗାଡି ର  ପାର୍କିଂ  ପାଇଁ  ପର୍ଯ୍ୟାପ୍ତ  ବ୍ୟବସ୍ଥା  କରିବାକୁ   ଶ୍ରୀ  ପାଣ୍ଡିଆନ୍ ନିର୍ଦ୍ଦେଶ  ଦେଇଥିଲେ  ।  ଏତଦବ୍ୟତୀତ   ମେଘନାଦ  ପାଚେରୀ  ପାଖରୁ  ବିଭିନ୍ନ  utilities  ଗୁଡିକ  ର  ସ୍ଥାନାନ୍ତର   ,ପରିକ୍ରମା  ପ୍ରକଳ୍ପ  ର  ବିଦ୍ୟୁତ୍  ବ୍ୟବସ୍ଥା  କାମ   ନିର୍ଦ୍ଧାରିତ  ସମୟରେ  ଶେଷ କରିବା  ଉପରେ  ସେ  ଗୁରୁତ୍ଵ  ଆରୋପ  କରିଥିଲେ    ।  ଜଗନ୍ନାଥ  ବଲ୍ଳଭ  ପାର୍କିଂ  କାମ  ସହ  ଯାତ୍ରୀ  ମାନଙ୍କ  ପାଇଁ  ସେଠାରେ  କରାଯାଉଥିବା  ବିଭିନ୍ନ  ସୁବିଧା ର  ବିକାଶ ,    ପ୍ରମୋଦ  ଉଦ୍ୟାନ, ଓ ଶ୍ରୀ ସେତୁ  କାମ  ର  ଅଗ୍ରଗତି ମଧ୍ଯ ଶ୍ରୀ ପାଣ୍ଡିଆନ୍   ସମୀକ୍ଷା  କରିଥିଲେ   ଓ  ନିର୍ଦ୍ଧାରିତ  ସମୟ ରେ  କାମ  ଶେଷ  କରିବାକୁ   ନିର୍ଦେଶ ଦେଇଥିଲେ    ।  ଏଥି ପାଇଁ  ଅଧିକ  ଲୋକ  ନିୟୋଜିତ  କରିବା ପାଇଁ  5T ଓ  ନବୀନ  ଓଡିଶା  ଅଧ୍ୟକ୍ଷ ପରାମର୍ଶ  ଦେଇଥିଲେ    ।  ଏହି  ପରିଦର୍ଶନ  ସମୟରେ ବିଧାୟକ  ଶ୍ରୀ  ପ୍ରଣବ  ପ୍ରକାଶ  ଦାସ, ପୁରୀ  ଜିଲ୍ଲାପାଳ  , SP OBCC MD ଏବଂ  ବିଭିନ୍ନ  executing  agency ର  ଅଧିକାରୀ  ମାନେ  ଉପସ୍ଥିତ  ଥିଲେ  ।