ଧାମନଗର ପରାଜୟ ପଛରେ କଣ ଗୋଟେ ଭୁଲ ହୋଇଥିବ ସେଥିଲାଗି ଏଭଳି ଫଳ ହେଲା :ପୂର୍ବତନ ସାଂସଦ ତଥାଗତ ଶତପଥୀ

ଭୁବନେଶ୍ୱର: ବିଜୁ ଜନତା ଦଳରେ ବିଦ୍ରୋହ ପ୍ରସଙ୍ଗକୁ ନେଇ ପତିକ୍ରିୟା ଦେଇଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ । ଧାମନଗର ପରାଜୟ ପଛରେ କଣ ଗୋଟେ ଭୁଲ ହୋଇଥିବ ସେଥିଲାଗି ଏଭଳି ଫଳ ହେଲା । ସବୁ ଦଳରେ ବିଦ୍ରୋହୀ ଅଛନ୍ତି। ରାଜୁ ଦାସ ବିଜେଡ଼ି ହାରିଵାର ଏକମାତ୍ର କାରଣ ଯଦିଓ ନୁହେଁ କିନ୍ତୁ ଅନ୍ୟତମ କାରଣ ବୋଲି କହିଛନ୍ତି ତଥାଗତ ସାଥପଥି । ଏଥିସହ ରାଜନୀତି ରୁ ସନ୍ୟାସ ପ୍ରସଙ୍ଗରେ କହିଛନ୍ତି ରାଜନୀତି ମୁ ଛାଡ଼ିଲେ କଣ ରାଜନୀତି ମୋତେ ଛାଡ଼ିବ କି ବୋଲି ପ୍ରଶ୍ନ କଲେ ତଥାଗତ। ରାଜନୀତିରୁ ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନି। ମୁଁ ଏବେ ନିର୍ଦ୍ଦଳୀୟ। ୨୦୨୪ ରେ ଲଢ଼ିବେ କି ନାହିଁ ପ୍ରଶ୍ନରେ କହିଲେ ସବୁ କଥା ସବୁବେଳେ କୁହାଯାଏ ନାହିଁ। କିଛି କଥା ଗୋପନ ରଖାଯାଏ। ଇସାରାରେ ଦେଖେଇଲେ ମାଗିକି ଟିକେଟ ନେବିନି, ବାଛିକି ବା ନିଜେ ନେବି ଟିକେଟ ବୋଲି କହିଲେ ତଥାଗତ।