କରଞ୍ଜିଆ / ବସନ୍ତ କୁମାର ସୋରେନ : ଠାକୁରମୁଣ୍ଡା ରେଞ୍ଜର ଅଞ୍ଚଳରୁ ଜବତ ହୋଇଛି ଚୌକାଠ । କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ବନ ବିଭାଗ ଓ ପୋଲିସର ମିଳିତ ଚଢାଉ ବେଳେ ୫୦ ଖଣ୍ଡ ଶାଳ ଚୌକାଠ ଜବତ କରିଛି । ଜବତ କାଠର ଅନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ କହିଛି।
ସୂଚନା ଅନୁଯାୟୀ, ହାତୀଗୋଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନମହୁଲଡ଼ିହା ଗ୍ରାମରେ ଗୋଟିଏ ଘର ଭିତରେ ଚୋରା କାଠ ଥିବା ର କୌଣସି ସୂତ୍ର ରୁ ବନବିଭାଗ ଖବର ପାଇଥିଲା। ତେବେ ପୋଲିସ ସହାୟତା ରେ ସର୍ଚ୍ଚ ୱାରେଣ୍ଟ ବଳରେ ଚଢ଼ାଉ କରିଥିଲା ବନବିଭାଗ । ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ, ନେତୃତ୍ୱରେ ଠାକୁରମୁଣ୍ଡା ଥାନା ଏ ଏସ ଆଇ ରତ୍ନାକର ବାରିକ ସମେତ ଠାକୁରମୁଣ୍ଡା ଓ ସାତକୋଶିଆ ବନ କର୍ମଚାରୀ, ଠାକୁରମୁଣ୍ଡା ଥାନା ପୋଲିସ ମିଳିତ ଭାବରେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ଏକ ଘର ଭିତରେ ରଖା ଯାଇଥିବା ୫୦ ଖଣ୍ଡ ଶାଳ ଚୌକାଠ କୁ ଜବତ କରି ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟକୁ ଆଣି ଥିବାର ଜଣାଯାଇଛି। ଏନେଇ ବନ ବିଭାଗ ପ୍ରାଥମିକ ଭାବରେ ଏକ ୟୁଡି କେଶ କରି ତଦନ୍ତ ଚଳାଇଛି।