ବିଷମକଟକ ମିଶନ ଶନ୍ତି କ୍ୟାଫେରେ ଜଳଖିଆ ଖାଇଛନ୍ତି ୫ଟି ସଚିବ ଭେ କେ ପାଣ୍ଡିଆନ

0

ରାୟଗଡା : ଦୁଇଦିନିଆ ରାୟଗଡା ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ୫ଟି ସଚିବ ରାୟଗଡ ରେ ପହଂଚିବାପରେ ବିଭିନ୍ନ କାର୍ୟ୍ୟକ୍ରମ ରେ ଯୋଗ ଦେଇଛନ୍ତି । ଆଜି ଦ୍ୱତିୟ ଦିନରେ କାଶୀପୁରର ନବ ନିର୍ମିତ ସିଏଚସି ବୁଲି ଦେଖିଛନ୍ତି । ବାକି ଥିବା ହାଇସ୍କୁଲ ରୂପାନ୍ତରଣ ଶୀଘ୍ର ହେବା ସହ ଯୁକ୍ତ ୨ କଲେଜ ବି ରୂପାନ୍ତରଣ ହେବ ବୋଲି କହିଛନ୍ତି । ପରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପରେ ବିଷମକଟକ ମିଶନ ଶନ୍ତି କ୍ୟାଫେରେ ଜଳଖିଆ ଖାଇଛନ୍ତି ୫ଟି ସଚିବ ଭେ କେ ପାଣ୍ଡିଆନ । ସେ କ୍ୟାଫେରେ ଇଡିଲି ଓ ଦୋସା ଖାଇ ସ୍ୱାଦଭଲ ଥିବା କହିବା ସହ କ୍ୟାଫେର ସୌନ୍ଦର୍ଯ୍ୟତାକୁ ପ୍ରଶଂସା କରିଛନ୍ତି । ଏହାସହ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା ଆର. କାର୍ତ୍ତିକେୟନଙ୍କୁ ଭିଡ଼ିଓ କଲ୍ ମାଧ୍ୟମରେ ମିଶନଶକ୍ତି ମହିଳାଙ୍କ ସହ କଥା କରାଇଲେ । ଏହାସହ ମିଲେଟ୍ କ୍ୟାଫେ ଖୋଲିବାକୁ ଚାହୁଁଥିବାରୁ ମହିଳାଙ୍କୁ ସ୍ବାଗତ କରିବା ସହ ମନୋବଳ ବଢ଼ାଇଥିଲେ । ଏହାପରେ ମିଶନ ଶକ୍ତି ମହିଳାଙ୍କ ସହ ଫଟୋ ନେଇଥିଲେ ଫାଇବ-ଟି ସଚିବ । ଉପହାର ଆକାରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଚତୁର୍ଦ୍ଧାମୁରତୀଙ୍କ ପଟ୍ଟଚିତ୍ର ପ୍ରଦାନ କରିଥିଲେ ମିଶନ ଶକ୍ତି ମାଆ ମାନେ ।