ସୁନାଦେଇ ମନ୍ଦିରରୁ ୫ଲକ୍ଷ ଟଙ୍କାର ଅଳଙ୍କାର ଲୁଟି

ଭୁବନେଶ୍ୱର: ମନ୍ଦିରକୁ ବି ଛାଡିଲେନି ଚୋର । ସହିଦନଗର ଥାନା ନିକୋ ପାର୍କ ନିକଟ ତିନିମୁଣ୍ଡିଆ ଛକ ନିକଟରେ ଥିବା ସୁନାଦେଇ ମନ୍ଦିରରୁ ଲୁଟି ନେଲେ ଲୁଟେରା । ପାଖାପାଖି ୫ଲକ୍ଷ ଟଙ୍କାର ଠାକୁରାଣିଙ୍କ ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ । ମନ୍ଦରରେ ପୂଜା ପାଆନ୍ତି ମା ସୁନାଦେଇ । ଦୁର୍ବୃତ ମାନେ ମା’ଙ୍କ ରୂପା ମୁକୁଟ, ସୁନା ଅଳଙ୍କାର ସହ ମାଙ୍କ ରୂପା ଆଖି ମଧ୍ୟ ଲୁଟି ନେଇଛନ୍ତି । କେବଳ ସୁନାଦେଇ ମନ୍ଦିର ନୁହେଁ ନିକଟରେ ଥିବା ମଙ୍ଗଳା ମନ୍ଦିରକୁ ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ସହିଦନଗର ଥାନାରେ ଏତଲା ଦେଇଛନ୍ତି ମନ୍ଦିର କମିଟି ସଦସ୍ୟ ।