ଓଡ଼ିଶା ରାଜ୍ୟ ପାନୀୟ ଜଳ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫କୋଟି ଟଙ୍କା

ଭୁବନେଶ୍ୱର: ଓଡିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ (ଓଏସବିସିଏଲ) ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ରିଲି ପାଣ୍ଟିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଛି । ମୁଖ୍ୟ ଶାସନ ସଚିବ ପ୍ରାଦୀପ କୁମାର ଜେନା, ରାଜ୍ୟ ପର୍ଯ୍ୟଟନ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ଇପସ୍ଥିତିରେ, ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ଏବଂ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଏସବିସିଏଲର ଅଧକ୍ଷ ସୁଶୀଳ କୁମାର ଲୋହାନୀଙ୍କ ଠାରୁ ଲୋକସେବା ଭବନରେ ଏହି ଅର୍ଥ ଚେକ ଆକାରରେ ଗ୍ରହଣ କରିଥିଲେ । ଏହି ସମୟରେ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ ଷଡଙ୍ଗୀ , ମୁଖ୍ୟ ପରିଚାଳକ(ସିଜେଏସ୍) ମାନସ ରଞ୍ଜନ ସ୍ୱାଇଁ ଉପସ୍ଥିତ ଥିଲେ ।