ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର, ଭାରତୀୟ ଷ୍ଟେଟ ବ୍ୟାଙ୍କ, ପୁରୀ ଶାଖା ସହଯୋଗିତାରେ ସ୍ଵର୍ଗଦ୍ଵାର ଠାରେ ଆୟୋଜିତ ହୋଇଯାଇଛି ଏକ ସମ୍ବର୍ଦ୍ଧନା ଉତ୍ସବ । ଏହି କାର୍ୟ୍ୟକ୍ରମରେ ୪୦ ଜଣ ସଂସ୍କାର ସେବକ ମାନଙ୍କୁ ପ୍ରଶଂସା ପତ୍ର ସହ ଉପଢ଼ୌକନ ଓ ସଂସ୍କାର ସେବକ ନିଧି ପୁସ୍ତିକା ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ଵର୍ଗଦ୍ଵାର ସେବା ସମିତିର ଆବାହକ, ସମ୍ପାଦକ ତଥା ଉପଜିଲ୍ଲାପାଳ ଭବତାରଣ ସାହୁ ସେମାନଙ୍କ ସେବାକୁ ପ୍ରଶଂସା କରିଥିଲେ ।
ସମ୍ମାନିତ ଅତିଥି ଭାବେ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ରିଜିଓନାଲ ମ୍ୟାନେଜର ଶଙ୍କର୍ଷଣ ମଲିକ । ଅନ୍ୟତମ ବିଶେଷ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ତିଆର ଆସିଷ୍ଟାଣ୍ଟ ମ୍ୟାନେଜର ଆକାଉଣ୍ଟ ଅଡିଟ ବଲ୍କେଶ୍ ସିଂ ଯୋଗ ଦେଇଥଇଲେ । ସ୍ଵର୍ଗଦ୍ଵାର ସେବା ସମିତିର କାର୍ୟ୍ୟକାରୀ କମିଟି ସଦସ୍ୟ ସିଦ୍ଧାର୍ଥ ରାୟ ସ୍ଵାଗତ ଭାଷଣ ଦେଇଥିବା ବେଳେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ତିଆ, ପୁରୀ ମୁଖ୍ୟ ଶାଖାର ପ୍ରବନ୍ଧକ ସମ୍ବିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବକୁ ସ୍ଵର୍ଗଦ୍ଵାର ସେବା କେନ୍ଦ୍ରର ମୁଖ୍ୟ ସେବକ ସୁଜିତ ମହାନ୍ତି, କନିଷ୍ଠ ସେବକ ବ୍ରଜ କିଶୋର ସାହୁ, ସନ୍ତୋଷ ମହାନ୍ତି, ବିଶ୍ଵନାଥ ହରିଚନ୍ଦନ, ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ପରିଚାଳନା କରି ଥିଲେ ।