ରାଜଧାନୀରୁ ୪୦ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର: ଏସଟିିଏଫ ପଞ୍ଝାରେ ଗଞ୍ଜେଇ ଚୋରା ଚାଲାଣକାରୀ । ୪୦ କେଜି ଗଞ୍ଜେଇ ସହ ୩ ଜଣ ଗିରଫ । ଭୁବନେଶ୍ୱରେ ନୟାପଲ୍ଲୀ ଥାନା ସହାୟତାରେ ଏସଟିଏଫ୪୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ଜଣ ଗିରଫ ହୋଇଛନ୍ତି । ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଅନଲାଇନ ଟ୍ୟାକ୍ସ ବୁକ କରି ବାହାର ରାଜ୍ୟକୁ ଗଞ୍ଜେଇ ନେଉଥିବା ବେଳେ ଧରାପଡ଼ିଛନ୍ତି ।