ଆଶାକର୍ମୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କଲେ ୪ ଯୁବକ

ପାରାଦୀପ : ଆଶାକର୍ମୀଙ୍କୁ ଅପହରଣ ସହିତ କରି ଗଣଦୁଷ୍କର୍ମ କଲେ ୪ ଯୁବକ ।  ଏ ଭଳି ଘଟଣା ଘଟିଛି ଜଗତସିଂହପୁରରେ । ପାରାଦୀପ ଏମ୍ପାୟାର୍ସ ହୋଟେଲ ନିକଟରୁ ଚାରିଜଣ ଯୁବକ ଏକ କାରରେ ଉକ୍ତ ଆଶାକର୍ମୀଙ୍କୁ ନେହେରୁବଙ୍ଗଳା ଅପହରଣ କରିନେଇଥିଲେ , ପରେ ସେଠାରେ ତାଙ୍କୁ ବଳାତ୍କାର କରିଥିବା ନେଇ ପାରାଦୀପ ଆଦର୍ଶ ଥାନାରେ ପୀଡିତା ଜଣକ ଲିଖିତ ଅଭିଯୋଗ କରିଛନ୍ତି । ଯାହାକୁ ନେଇ କିଛି ସମୟ ପାଇଁ ଏମ୍ପାୟାର୍ସ ହୋଟେଲ ନିକଟ ନୂଆବଜାର ରାସ୍ତା ଜନଗହଳି ହୋଇପଡ଼ିଥିଲା ।

ତେବେ ଅପହରଣ ଓ ବଳାତ୍କାର ଅଭିଯୋଗ ଆଣିଥିବା ମହିଳା ଜଣକ ଆଶାକର୍ମୀ ଭାବରେ କାର୍ଯ୍ୟ କରୁଥିବା ନେଇ ସୂଚନା ମିଳିଛି । ବଳାତ୍କାରର ଶିକାର ହୋଇଥିବା ଆଶାକର୍ମୀଙ୍କ ବାପା ଏ ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ଝିଅକୁ କିପରି ଚାରିଜଣ ଯୁବକ ଅପହରଣ କରି ଗ୍ୟାଙ୍ଗରେପ କରିଛନ୍ତି ।  ଏ ନେଇ ନିଜର ବୟାନ ରଖିବା ସହିତ ଏହି ଅଭିଯୋଗରେ ଆଦର୍ଶ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ ଅନ୍ୟମାନଙ୍କୁ ଗିରଫ କରିବା ନେଇ ପୋଲିସ ତନାଘନା ଚଳାଇଛି ।

ପୋଲିସ ସକାଳୁ ପୀଡିତା ଙ୍କୁ ଡାକ୍ତରୀ ମଇନା କରିବା ପରେ ତଦନ୍ତ ଜୋରଦାର କରିଛି ।  ବଳାତ୍କାର ହୋଇଥିବା ସ୍ଥାନ ପରିଦର୍ଶନ କରିବା ସହିତ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜୋରଦାର କରିଛି । ତେବେ ନିଜ ଝିଅ ପ୍ରତି ହୋଇଥିବା ଅନ୍ୟାୟକୁ ନେଇ ପୋଲିସ ପ୍ରକୃତ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ନିବେଦନ କରିଛନ୍ତି ।