ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ । ପର୍ଯ୍ୟଟକଙ୍କୁ ଟଙ୍କା ମାଗିବା ଓ ଧମକଚମକ ଦେବା ଅଭିଯୋଗରେ ଲିଙ୍ଗରାଜ ପୋଲିସ ଗିରଫ କରିଛି । ଏନେଇ ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି । ଗିରଫ ସେବାୟତ ହେଲେ ମନମୋହନ ମହାପାତ୍ର, ବୀର ବେହେରା, କୃପାସିନ୍ଧୁ ମହାପାତ୍ର, ପ୍ରକାଶ ବଟୁ ।
ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଲିଙ୍ଗରାଜ ପୋଲିସ ଗିରଫ କରିଛି । ଏଥିସହ ପୂର୍ବରୁ ମଧ୍ୟ ଏମାନଙ୍କ ବିରୋଧରେ ଅନେକ ମାମଲା ରହିଛି ।