ମୋବାଇଲ ଦୋକାନରେ ଚୋରି କରି ଗିରଫ ହେଲେ ୪ ନାବାଳକ

ନବରଙ୍ଗପୁର/ଟୁକୁନା ଖୁରା: ମୋବାଇଲ ଦୋକାନ ରେ ଚୋରି କରି ଗିରଫ ହେଲେ ୪ ନାବାଳକ । ମୋବାଇଲ ଦୋକାନ ରେ ଚୋରି କରି ପୋଲିସ ହାତ ରେ ଧରପଡିଲେ ୪ ନାବାଳକ ଏବେ ସମସ୍ତ ନାବାଳକ ଙ୍କୁ ଧରିବାରେ ସଫଳ ହୋଇଛି ଡାବୁଗାଁ ପୋଲିସ । ଆଜି ଏଭଳି ଏକ ଚୋରି ର ଖୁଲାସା କରିଛନ୍ତି ଜିଲ୍ଲା ଏସ୍ପି , ଏନେଇ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସ୍ପି ଏସ ସୁଶ୍ରୀ । ମୋବାଇଲ ଦୋକାନ ରୁ ଚୋରି କରିଥିବା ୪ ଚୋର ସମସ୍ତେ ନାବାଳକ ବୋଲି ଏସ୍ପି ସୂଚନା ଦେଇଛନ୍ତି । ଗତ ୭ ତାରିଖ ରାତି ରେ ଛାତିଗୁଡା ର ଅଭୟ ଦତ୍ତ ଙ୍କ ମୋବାଇଲ ଦୋକାନର ସଟର ତାଲା ଭାଙ୍ଗି କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ମୋବାଇଲ ସାମଗ୍ରୀ ଚୋରି କରି ନେଇଥିବା ଡାବୁଗାଁ ଥାନା ରେ ଲିଖିତ ଅଭିଯୋଗ କରିଥିଲେ, ପୋଲିସ ଏହି ଅଭିଯୋଗକୁ ଗୁରୁତର ସହ ନେଇ ଆରମ୍ଭ କରିଥିଲା ତଦନ୍ତ, ଚୋରି ର ସମସ୍ତ ଦୃଶ୍ୟ ସିସିଟିଭି ରେ କଏଦ ହେଇଯାଇଥିଲା , ଏହି ସିସିଟିଭି ଫୁଟେଜ ଆଧାର ରେ ୨୪ ଘଣ୍ଟା ଭିତରେ ପୋଲିସ ୪ ନାବାଳକଙ୍କ ପାଖରେ ପହଂଚିପାରିଛି ।

ସମସ୍ତ ୪ ଅଭିଯୁକ୍ତ ନାବାଳକ ଏବଂ ଏମାନଙ୍କ ଠାରୁ ନଗଦ ୧୫ ହଜାର ୨୦୦ ଟଙ୍କା ୧୨ ଟି ନୂଆ ୮ ଟି ପୁରୁଣା ମୋବାଇଲ, ଗୋଟିଏ ଲାମିନେସନ ମେସିନ ଗୋଟିଏ ମୋନିଟର, ପାୱାର ବେଙ୍କ ମୋବାଇଲ ଚାର୍ଜର ଇଅର ଫୋନ ବ୍ଲୁ ଟୁଥ ସହ ବିଭିନ୍ନ ମୋବାଇଲ ସାମଗ୍ରୀ ମଧ୍ୟ ଜବତ କରିଛି। ସମସ୍ତ ୪ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସମସ୍ତ ୪ ଅଭିଯୁକ୍ତ ଙ୍କୁ ଜୁଭେଇନାଲ ଯଷ୍ଟିସ ବୋର୍ଡ଼ ରେ ହଜାର କରାଯିବା ନେଇ ପ୍ରତିକ୍ରିୟା ଦେଲେ ଏସ୍ପି ।