କେଉଁଝର: ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ପନ୍ଦାଡୋ ଗ୍ରାମରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗିଯିବାରୁ ୪ ପରିବାରର ମୋଟ ୭ ବଖରା ଘର ପୋଡି ନଷ୍ଟ ହୋଇଯାଇଛି । ଗତକାଲି ରାତିରେ ରୋଷେଇ କରୁଥିବା ସମୟରେ ପ୍ରଥମେ ନାରାୟଣ ନାୟକଙ୍କ ଘରୁ ନିଆଁ ଦରିଥିଳା । ପରେ କିଛି କ୍ଷଣ ଭିତରେ ନିଆଁ ଚାରିଆଡେ ବ୍ୟାପୀ ଭୟଙ୍କର ରୂପ ଧାରଣ କରିଥିଲା ।

ରୋଷେଇ ଘରେ ଗ୍ୟାସ ଟାଙ୍କି ଫାଟିଯିବାରୁ କୌଣସି ଲୋକ ନିଆଁ ପାଖକୁ ଯାଇ ନଥିଲେ । ତେଣୁ ନିଆଁ ଧିରେ ଧିରେ ପଡୋଶୀ ପ୍ରମୋଦ ନାୟକ, ସୁଶାନ୍ତ ନାୟକ ପହି ଏବଂ ଲଳିତ ପହିଙ୍କ ଘରକୁ ବ୍ୟାପ ଯାଇଥିଲା । ଏହାପରେ ଖବର ପାଇ ଘଟଣାସ୍ଥଳରେ ହାଟଡିହି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଅନ୍ୟ କୌଣସି ଆସବାବପତ୍ର ଉଦ୍ଧାର କରାଯାଇ ପାରିନଥିଲା । ତେବେ ନିଆଁ ଳାଗିବାର ପ୍ରକୃତ କାରଣ ଏଯାଏଁ ଜଣାପଡିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଗ୍ରାମବାସୀଙ୍କ ତରଫରୁ ଅଗ୍ନି ବିପନ୍ନ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।