କନ୍ଧମାଳ (ବନବାସୀ ପ୍ରଧାନ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ହାବୁଡରେ ପଡିଛନ୍ତି ଚାରି ଜଣ ବାହାର ଜିଲ୍ଲାର ଗଞ୍ଜେଇ ମାଫିଆ । ଏଥି ସହ ସେମାନଙ୍କ ଠାରୁ ୫୪ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୨୭୩/୨୧ରେ ଏକ ମାମଲା ରୁଜୁ ହୋଇ କୋର୍ଟଚାଲାଣ କରାଯାଇଛି । ଏ ନେଇ ସୂଚନା ଦେଇଛି ବାଲିଗୁଡା ପୋଲିସ । ଏହି ମାଫିଆ ମାନଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ମହାକାଳ ପଡା ବୋଲି ପୋଲିସ ବାଲିଗୁଡା ଆଇଆଇସି ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଅମରେନ୍ଦ୍ର ମଲିକ, ରାଜା ମଲିକ, ଦେବଦତ୍ତ ଦାସ ଓ ପ୍ରକାଶ ଜେନା । ଗଞ୍ଜେଇ ଚାଲଣରେ ବ୍ୟବହୃତ ଦୁଇଟି କାର ମଧ୍ୟ ଜବତ କରାଯାଇଛି।