ଅସ୍ତ୍ରଶସ୍ତ୍ର ସହ ଅମିର ଖାନଙ୍କ ସମେତ ୪ ଗିରଫ

ଭୋପାଲ: ଅସ୍ତ୍ରଶସ୍ତ୍ର ଚାଲାଣରେ ସମ୍ପୃକ୍ତି ନେଇ ମଧ୍ୟପ୍ରଦେଶ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଏହି ୪ ଜଣଙ୍କ ମଧ୍ୟରେ ଜଣେ କବାଡି ଖେଳାଳି ମଧ୍ୟ ରହିଛନ୍ତି । ପୁଲିସ ଅନୁଯାୟୀ, ଜଣେ କୋଚ ତାଙ୍କର ଜଣେ ଗ୍ରାହକଙ୍କୁ ଖେଳ ସାମଗ୍ରୀ ଯୋଗାଇ ଦେବାକୁ ଯାତ୍ରା କରୁଥିବା ସମୟରେ ପୁଲିସ ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରିଛି । ସେଠାରୁ ୪ ଜଣଙ୍କୁ ଗିରଫ କରାଯିବା ସହ ୫ଟି ଗୁଳି ଭରା ପିସ୍ତଲ, ୩ଟି ମାଗାଜିନ ସେମାନଙ୍କ ନିକଟରୁ ଜବତ କରିଛି ।
ଗିରଫ କବଡା ଖେଳାଳି ହେଲେ ରିଙ୍କୁ ଜାଟ । ତାଙ୍କ ଘର ହରିଆଣା ଓ ସେ କବାଡି ଖେଳିଥାନ୍ତି । ପୁଲିସ ଆହୁରି କହିଛି, ରିଙ୍କୁ ଜଣେ ଜାତୀୟସ୍ତରର କବାଡି ଖେଳାଳି ହୋଇଥିବା ବେଳେ ସହଜରେ ଅର୍ଥ ଉପାର୍ଜନ ପାଇଁ ଏହି ବେଆଇନ ଅସ୍ତ୍ରଶସ୍ତ୍ର କାର୍ଯ୍ୟରେ ଲିପ୍ତ ଥିଲେ । ଅନ୍ୟ ଅଭିଯୁକ୍ତମାନେ ହେଲେ ରାମପାଲ ଜାଟ, ଅମିର ଖାନ, ମହେନ୍ଦ୍ର ରାୱତ । ରିଙ୍କୁ ଓ ରାମପାଲ ସୋନିପତ, ହରିଆଣାଣାର ହୋଇଥିବା ବେଳେ ଅମିର ଓ ମହେନ୍ଦ୍ର ହେଉଛନ୍ତି ସିଭପୁରି ମଧ୍ୟପ୍ରଦେଶର ବାସିନ୍ଦା ।