କ୍ରୋମାଇଟ ଚୋରା ଚାଲାଣ ବେଳେ ୩ ଗିରଫ

କଟକ/ ଜଗନ୍ନାଥ ମହାନ୍ତି:  କ୍ରୋମାଇଟ ଚୋରା ଚାଲାଣ ବେଳେ ଗିରଫ ହେଲେ ୩ ଜଣ। ଗିରଫ ଅଭିଯୁକ୍ତମାନେ ହେଲେ ମାଲଗୋଦାମ ଥାନା ଅନ୍ତର୍ଗତ ଊପର ସାହି ର ଅଜୟ ଗୁପ୍ତା,ଉତ୍ତର ପ୍ରଦେଶ ଅହମଦନଗର ଅଶ୍ବର ଥାନା ଅନ୍ତର୍ଗତ ନସିରାବାଦ ର ରାମ ନୟନ ଯାଦବ ଏବଂ କଟକ ଟାଙ୍ଗି ଥାନା ଅନ୍ତର୍ଗତ ମଙ୍ଗୁଳି ଅଞ୍ଚଳ ରେ ରହୁଥିବା କୋଲକାତା, ୧୮ ବର୍ତଳା ଥାନା ଅନ୍ତର୍ଗତ ରବିନ୍ଦ୍ର ସାରଣୀ ର ଲଲେ ଶାହ । କଟକ ଡ଼ି ସି ପି ଗଣମାଧ୍ୟମକୁ ଦେଇ ଥିବା ସୁଚନା ମୁତାବିକ, ଏକ ଟ୍ରକ୍ ଯୋଗେ କ୍ରୋମାଇଟ ଗୁରୁଦ୍ଵାରା ନିକଟ ରୁ ଚୋରା ଚାଲାଣ କରାଯାଉଥିବାର ଖବର ଆଜି ସକାଳେ ମାଲଗୋଦାମ ଥାନା ପୋଲିସ କୁ ମିଳିଥିଲା।ଏହି ଖବର ପାଇବା କ୍ଷଣି ମାଲଗୋଦାମ ଥାନା ଅଧିକାରୀ ଏକ ଟିମ ସହ ଶିଖରପୁର ଗୁରୁଦ୍ଵାରା ନିକଟରେ ଚଢାଉ କରିଥିଲେ ।ଯେଉଁଠାରେ ୩ ଜଣ ବ୍ୟକ୍ତି ୧୦୦ଟି ଜରି ବ୍ୟାଗ୍ ରେ ୫୦କିଲୋ ହିସାବରେ ପ୍ରାୟ ୫ ଟନ କ୍ରୋମାଇଟ ଚୋରା ଚାଲାଣ କରିବା ପାଇଁ ଟ୍ରକରେ ଲୋଡ କରିଥିଲେ । ପୋଲିସ କ୍ରୋମାଇଟ ଲୋଡ ଟ୍ରକ୍ OD-05-AZ-8993 ଟିକୁ ଜବତ କରିଛି। ଜବତ କ୍ରୋମାଇଟ ର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ । ତେବେ ଗିରଫ ୩ ଅଭିଯୁକ୍ତ ଙ୍କୁ ପଚରା ଉଚରା କରିବା ସହ କୋର୍ଟ ଚାଲାଣ କରି ଜେଲ ପଠାଇ ଦେଇଛି ପୋଲିସ । ତେବେ ଏହି ଚୋରା କ୍ରୋମାଇଟ କାରବାର ରେ ଆଉ କାହାର କାହାର ସଂପୃକ୍ତି ରହିଛି ।ତାହାର ଅଧିକ ଖୋଳତାଡ୍ କରୁଛି ମାଲଗୋଦାମ ଥାନା ପୋଲିସ।