ଭୁବନେଶ୍ୱର ଆଖପାଖ ଅଞ୍ଚଳରେ ଚଳାଚଳ କରୁଛି ୩୭୫ଟି ‘ମୋ ବସ୍’

0

ବ୍ୟୁରୋ : ମୁଣ୍ଡ ନେଉଛି ମୋ ବସ । ଭୁବନେଶ୍ୱରରେ ୧୬ ଟି ମୁଣ୍ଡ ନେଇଛି । ମୋ ବସ ବର୍ତ୍ତମାନ ଭୁବନେଶ୍ବର ମହାନଗର ନିଗମ ଏବଂ ଏହାର ଆଖପାଖ ଅଞ୍ଚଳକୁ କ୍ରୁଟ୍ ଦ୍ବାରା ୩୭୫ଟି ବସ୍ ଚଳାଚଳ କରୁଅଛି । କ୍ରୁଟ୍ ଦ୍ବାରା ବସ୍ ଚାଳକ ମାନଙ୍କ ଗାଡ଼ି ଚାଳନା ଯୋଗୁଁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ ମଧ୍ୟରେ ୧୬ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଏବେ କେହି ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉନାହାନ୍ତି । ବସ୍ ଗୁଡ଼ିକର ଗତି ସୀମା ସହର ମଧ୍ୟରେ ବୈଦ୍ୟୁତିକ ବସ୍ ପାଇଁ ୩୫ କି.ମି ଓ ଡିଜେଲ୍ ବସ୍ ପାଇଁ ୪୦ କି.ମି ଏବଂ ଜାତୀୟ ରାଜପଥରେ ଚାଲୁଥୁବା ୧୬ଟି ବସ୍ ପାଇଁ ୫୦ କି.ମି ମଧ୍ୟରେ ସୀମିତ ରହିଛି । କ୍ରୁଟ୍ ଦ୍ବାରା ୨୦୧୯ ଠାରୁ ଏପର୍ୟ୍ୟନ୍ତ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଟ.୨,୯୪,୮୭, ୨୦୦,୦୦ କମ୍ରେହେନସିଭ ବୀମା ପଲିସି ବାବଦରେ କ୍ଷତିପୁରଣ ପ୍ରଦାନ କରାଯାଇଛି । ଗୃହରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।