କେନ୍ଦ୍ରାପଡା / ଅଶ୍ୱିନୀ କୁମାର ସାହୁ : ଆଳି ଅନ୍ନପୂର୍ଣ୍ଣା ପଡିଆରେ ପାଳନ ହେଲା ରାଜା ସାହେବ ସରତ କୁମାର ଦେବଙ୍କ ୩୫ତମ ଶ୍ରାଦ୍ଧଉତ୍ସବ ଓ ସ୍ମୁତି ସଭା ଆୟୋଜିତ । ଆଜି ଆଳି ଅନ୍ନପୂର୍ଣ୍ଣା ପଡିଆରେ ଏହି ଉତ୍ସବ ରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଶିଳ୍ପ ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ତଥା ଆଳି ବିଧାୟକ ପ୍ରତାପ ଦେବ, ରାଜନଗର ବିଧାୟକ ଧୂର୍ଵ ସାହୁ ଯୋଗଦେଇଥିବା ବେଳେ ଆଳି ବ୍ଲକ ଅଧକ୍ଷ ଓ ରାଜକନିକା ବ୍ଲକ ଅଧକ୍ଷ ଯୋଗଦେଇଥିବା ଦେଖିବାକୁ ମିଳିଛିକ୍ଷପ୍ରଥମେ କଟକ ଚାନ୍ଦବାଲି ରାସ୍ତାର ଆଳି ଡ଼ାକବଙ୍ଗଳା ଛକରେ ଥିବା ରାଜା ସାହେବ ସରତ ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିବା ଦେଖା ଯାଇଥିଲା । ସରତ ଦେବ କମିଟିର ସମ୍ପାଦକ ରମେଶ ଚନ୍ଦ୍ର ପଣ୍ଡା ରାଜା ସାହେବ ସରତ କୁମାର ଦେବ ଙ୍କ ସ୍ମୁତି ଚାରଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ସହିତ ଅତିଥି ମାନେ ରାଜା ସାହେବ ଙ୍କର ରାଜନୀତି ଓ ଲୋକ ସମ୍ପର୍କ ତଥା ଆଳି ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟରେ ଥିବା ଶହଭାଗିତା ଉପରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଏହି ଉତ୍ସବ ରେ ଆଳି ରାଜକନିକାର ହଜାର ହଜାର ସରତ ଦେବ ପ୍ରେମୀ ଯୋଗଦେଇ ଥିବା ଦେଖିବାକୁ ମିଳିଥିଲା। ସଭା ଆରମ୍ଭରୁ ସଭା ସ୍ଥଳରେ ଥିବା ରାଜା ସାହେବଙ୍କ ଫଟୋ ଚିତ୍ରରେ ମୁଖ୍ୟ ଅତିଥି ଓ ସନମାନିତ ଅତିଥି ମାନେ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା ।