ନୀଳଗିରି: ଅବକାରୀ ବିଭାଗର ଚଢାଉରେ ଜବତ ହେଲା ବିପୁଳ ନିଶା ସାମଗ୍ରୀ । ଏଥିସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଚଢାଉରେ ମୋଟ ୩୫୦୦ ଲିଟର ପୋଚ ଏବଂ ମଦ ଅବକାରୀ ବିଭାଗ ଜବତ କରିଛି ।
ସୂଚନା ଅନୁଯାୟୀ, ନୀଳଗିରିର ବିଭିନ୍ନ ସ୍ଥାନରେ ପୋଚ ଓ ମଦ କାରବାର ନେଇ ଖବର ପାଇଥିଲା ଅବକାରୀ ବିଭାଗ । ଏହାପରେ ଇନ୍ସପେକ୍ଟର ନାରାୟଣ ବେହେରାଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ସଜନାଗଡ ବନ୍ଧସାହି ଅଞ୍ଚଳରେ ଚଢାଉ କରିଥିଲେ । ଏହି ଚଢାଉରେ ମୋଟ ୩୫୦୦ ଲିଯର ପୋଚ ଏବଂ ମଦ ଜବତ କରିଛି ଅବକାରୀ ବିଭାଗ । ଏଥି ସହିତ ମିତ୍ରପୁର ଅଞ୍ଚଳରୁ ୧୫ ଲିଟର ଦେଶୀ ମଦ ମଧ୍ୟ ଜବତ ହୋଇଛି । ଚଢାଉ ସମୟରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।