( ମମତା ସାମଲ) : ପୋଖରୀରେ ବୁଡି ୩ ଭଉଣୀ ମୃତ । ମୟୂରଭଞ୍ଜ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡବିଲା ତାଡିସାହିରେ ଘଟିଛି ଦୁଃଖଦ ଘଟଣା । ମୃତ ତିନି ଭଉଣୀ ହେଲେ ପାର୍ବତୀ ମୁର୍ମୁ , ରାଜଶ୍ରୀ ମୁର୍ମୁ ଓ କାବି ମୁର୍ମୁ ।
ଆଜି ସକାଳେ ପାଲ ମୁର୍ମୁଙ୍କ ସ୍ତ୍ରୀ ଦୁଇ ଝିଅ ପାର୍ବତୀ ଓ ରାଜଶ୍ରୀ ଏବଂ ଝିଆରୀ କାବିଙ୍କୁ ନେଇ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉ ଥିବା ବେଳେ ତିନି ଭଉଣୀ ହଠାତ୍ ବୁଡ଼ି ଯାଇଥିଲେ। ମହିଳା ଜଣଙ୍କ ଚିତ୍କାର କରି ଅନ୍ୟମାନଙ୍କୁ ଡାକିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, ହେଲେ ବିଫଳ ହୋଇଥିଲେ। ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।