ଅସ୍ତରଙ୍ଗ/ଆର୍ଯ୍ୟ ବିଶ୍ୱାଳ :ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏହି ବର୍ଷାରେ ଅସ୍ତରଙ୍ଗ ଉପକୂଳରେ ଭୀଷଣ ବଜ୍ରପାତ ହେଇଛି, ଫଳରେ ଅସ୍ତରଙ୍ଗ ପାଟଲଦା, ମଧୁପୁର ଗ୍ରାମରୁ ୩ ଜଣ ଆହତ ହୋଇଛନ୍ତି । ତାଙ୍କ ସହିତ ଏକ ଶିଶୁ ପୁତ୍ର ମଧ୍ୟ ଆହତ ହୋଇଥିବା କୁହାଯାଉଛି । ଭୀଷଣ ବଜ୍ରପାତ ଓ ଭୀଷଣ ଘଡଘଡି ଶବ୍ଦରେ ଶିଶୁ ଜଣକ ଆହତ ହୋଇଥିଲେ । ପରେ ଗ୍ରାମବାସୀ ଙ୍କ ସହାୟତା ରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭର୍ତ୍ତି କରାଇଥିଲା ଏବେ ଶିଶୁ ପୁତ୍ରକୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇଛି ।ଏବଂ ଅନ୍ୟ ଗୁରୁତ୍ୱରଙ୍କୁ ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତ୍ତିକରାଯାଇଛି । ମେଡିକାଲ ଅଧିକାରୀଙ୍କ ସୂଚନା ଅନୁଯାୟୀ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଛି ଆଉ ଆବଶ୍ୟକ ହେଲେ ଭୁବନେଶ୍ୱର କ୍ୟାପିଟାଲ ସ୍ଥାନନ୍ତରିତ କରାଯାଇପାରେ ।