(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ସଂକ୍ରମଣ ପାଇଁ ଚିନ୍ତାରେ ସରକାର । ଏଥିପାଇଁ ୩ ଜଣ ସଚିବଙ୍କୁ ୩ଜିଲ୍ଲାର ଦାଇତ୍ୱ ଦେଇଛନ୍ତି ରାଜ୍ୟ ସରକାର । ବିଶେଷ କରି ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କୋରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାରଙ୍କ ମୁଣ୍ଡ ବଥାର କାରଣ ପାଲଟିଛି ଏହାକୁ ରୋକିବା ପାଇଁ ୩ଜଣ ସଚିବଙ୍କୁ ସେହି ଜିଲ୍ଲାର ଦାଇତ୍ୱ ଦେଇଛନ୍ତି । ସେମାନେ ସେହି ଜିଲ୍ଲା ଗୁଡିକରେ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପରାମର୍ଶ ଦିଆଯାଇଛି । ୩ଜଣ ସଚିବ ହେଲେ ଏସ.କେ ଲୋହାନୀ,ଏସ.କେ ଓ ପି.କେ ମେହେର୍ଦ୍ଦା ଦାଇତ୍ୱ ଦିଆଯାଇଛି । ଏସ.କେ ଲୋହାନୀଙ୍କୁ ଭଦ୍ରକ ଜିଲ୍ଲା ଦାଇତ୍ୱ ଦିଆଯାଇଥିବା ବେଳେ ଏସ.କେ ଙ୍କୁ ବାଲେଶ୍ୱର ଜିଲ୍ଲା ଦାଇତ୍ୱ ଦିଆଯାଇଛି । ସେିହଭଳି ପି.କେ ମେହେର୍ଦ୍ଦାଙ୍କୁ ଯାଜପୁର ଜିଲ୍ଲାର ଦାଇତ୍ୱ ଦିଆଯାଇଛି । ଏହି ତିନି ଜଣ ସଚିବ ଜିଲ୍ଲା ଗୁଡିକ ଗସ୍ତ କରି କୋରୋନା ସଂକ୍ରମଣ ମୁକାବିଲାର ତଦାରଖ କରିବେ । ଏହାସହ ସମ୍ପୃକ୍ତ ଜିଲ୍ଲାର ପ୍ରଶାସନଙ୍କୁ ସହାୟତା ମଧ୍ୟ କରିବା ପାଇଁ ଦାଇତ୍ୱ ଦିଆଯାଇଛି । ଭଦ୍ରକା, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କୋରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଆଗାମୀ ଦିନରେ ଯେଭଳି କୋରୋନା ସଂକ୍ରମଣ ସେହି ଜିଲ୍ଲା ଗୁଡିକରେ ନ ବଢିବ ସେଥିପାଇଁ କୋଭିଡ ମୁକାବିଲାର ତଦାରଖ କରିବେ । ଯେଉଁ ଅଞ୍ଚଳରୁୁ ଅଧିକ ସଂକ୍ରମଣ ଆସୁଛି ସେହି ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯିବ । ସେଥିପାଇଁ ସେଠିକାର ପ୍ରଶ।।ସନଙ୍କ ସହ ଯୋଗାଯୋଗ କରି ସହାୟତା କରିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତିି । ରାଜ୍ୟର ୩ଟି ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ବାଲେଶ୍ୱର ଜିଲ୍ଲାରୁ ୮ଟି ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରୁ ୧୧ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେହିଭଳି ଯାଜପୁର ଜିଲ୍ଲାରୁ ବିଭିିନ୍ନ ଅଞ୍ଚଳରୁ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ଟି ପଞ୍ଚାୟତର ୪୪ଟିି ଗାଁକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି । ସେହିଭଳି ବାଲେଶ୍ୱର ଜିଲ୍ଲାର ନୀଳଗିରିର ବରହମ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଭଦ୍ରକ ଜିଲ୍ଲାର ଭଦ୍ରକ ସହର, ବାସୁଦେବପୁର ଓ ଭଣ୍ଡାରୀପୋଖରୀ ଅଞ୍ଚଳରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେହି ଅଞ୍ଚଳରକୁ କଣ୍ଟେନମେଣ୍ଟ ଅଞ୍ଚଳଭାବେ ଘୋଷଣା କରାଯାଇଛି । ତେବେ ଏହି ଜିଲ୍ଲାରୁ ଅଧିକାଂଶ କଲିକତାରୁ ଫେରିଥିବା ଜଣାପଡିଛି ।