ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଖୋଲିବ ୩ ନୂଆ ବିଭାଗ । ଏମ୍ସରେ ଖୋଲିବାକୁ ଥିବା ୩ଟି ବିଭାଗୁଡିକ ହେଲା ସଂକ୍ରାମକ ରୋଗ ବିଭାଗ, ବାୟୋ ଇନ୍ଫର୍ମାଟିକ୍ସ ଏବଂ ବାୟୋଷ୍ଟାଟିଟିକ୍ସ ବିଭାଗ। ତେବେ ଷ୍ଟାଣ୍ଡିଂ ଏକାଡେମୀ କମିଟି ପକ୍ଷରୁ ଏଥିପାଇଁ ଆବଶ୍ୟକ ଅନୁମୋଦନ ଦିଆଯାଇଛି। ଏହାର ଏକାଡେମିକ୍ କାର୍ଯ୍ୟକ୍ରମ ମଧ୍ୟ ସମ୍ପ୍ରସାରିତ ହେବବୋଲି କୁହାଯାଉଛି । ଏଥିରେ ୬ ବର୍ଷିୟା ଏମ୍ସିଏଚ୍ ଶିଶୁରୋଗ ସର୍ଜରି ପାଠ୍ୟକ୍ରମ, ଶିଶୁ ପଲ୍ମୋନୋଲୋଜି ଏବଂ ଇଣ୍ଟେନ୍ସିଭ୍ କେୟାରରେ ଡିଏମ୍ ପାଠ୍ୟକ୍ରମ, ଶିଶୁ ସଂକ୍ରମଣ ରୋଗ ଏବଂ ଡିଏମ୍ ନେଫ୍ରୋଲୋଜିରେ ବିଶେଷଜ୍ଞ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହେବ। ଏନେଇ ଏମ୍ସର ଏକାଦଶ ବାର୍ଷିକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ।