ବଡ଼ ଠାକୁର ତଳେ ପଡ଼ିଯିବା ଘଟଣା: ତଦନ୍ତ କରିବେ ୩ଜଣିଆ କମିଟି

ପୁରୀ :ଆଡପ ମଣ୍ଡପକୁ ବିଜେ ବେଳେ ଅଘଟଣ । ବଡ ଠାକୁର ଶ୍ରୀବଳଭଦ୍ରଙ୍କୁ ସେବାୟତମାନେ ପହଣ୍ଡି କରି ରଥରୁ ଓହ୍ଲାଉଥିବା ବେଳେ ବଡ ଠାକୁର ହଠାତ ଚାରମାଳରୁ ଖସି ପଡି ମୁହଁ ମାଡି ତଳେ ପଡିଯାଇଥିଲେ । ଏହି ଘଟଣାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଣ ପାଇଛି । ଆଜି ପରିଚାଳନା କମିଟି ମିଟିଂ ପରେ ଗଜପତି ମହାରାଜା ପ୍ରତିକ୍ରିୟାରେ କହିଛନ୍ତି, ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି। ଦୁଃଖିତ କରିଛି। କାଲିର ଘଟଣାରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି। ଆଗାମୀ ଦିନରେ ଏହାର ପୁନରାବୃତ୍ତି ନହେବାକୁ ସେବାୟତ ଯତ୍ନ ନେବେ।
ସେହିପରି ବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡି ବିଜେ ଅଘଟଣ ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି। ଅତ୍ୟଧିକ ସେବକଙ୍କ ଉପସ୍ଥିତ ଯୋଗୁଁ ପହଣ୍ଡିରେ ସମସ୍ୟା ହେଉଛି। ଏହାକୁ ନେଇ ଯାଞ୍ଚ ହେବ। ୩ ଜଣିଆ କମିଟି ଗଠନ ହେବ। ଏହି କମିଟି ଡ୍ରୋନ୍ ଓ ଅନ୍ୟ ଭିଡିଓ ଫୁଟେଜକୁ ଯାଞ୍ଚ କରାଯିବ। କମିଟିରେ ଉନ୍ନୟନ ପ୍ରଶାସକ, ଏଡିଏମ ଓ ଡେପୁଟି ସୂପରିଟେଣ୍ଡଣ୍ଟ ରହିବେ। ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବେ।