ଓଡ଼ିଶା ପୁଲିସକୁ ବଡ଼ ସଫଳତା : ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି: ସାଧାରଣତନ୍ତ୍ର ଦିବସରେ ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ କୁଖ୍ୟାତ ମାଓବାଦୀ । ଆଜି ଜଣେ ମହିଳାଙ୍କ ସମେତ ୩ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମହିଳା ମାଓବାଦୀଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ଗୁଇନ୍ଦା ନିର୍ଦେଶକ, ଏଡିଜି ଅପରେସନ ଓ ଏଡିଜି ଏସଆଇଡବ୍ଲୁଙ୍କ ଉପସ୍ଥିତିରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଏ ନେଇ ଗୁଇନ୍ଦା ନିର୍ଦେଶକ ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି।

3 Maoists Murrender

ସେ କହିଛନ୍ତି, ଦଲଦଲି ଅଂଚଳରୁ ଜଣେ ମହିଳାଙ୍କ ସମେତ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ କାଂଗେର ଘାଟି ଏରିଆ କମିଟିରେ ପାର୍ଟି ମେମ୍ବର ଥିଲେ। ଏଥି ସହ ତୁଳସୀ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ଡିଭିଏଫ ଓ ଏସଓଜି ଯବାନ କମ୍ବିଂ ଅପେରସନ କରୁଥିବା ବେଳେ ୫ ବନ୍ଧୁକ, ଜୀବନ୍ତ ଗୁଳି, ଡିଟୋନେର, ଜିଲୋଟିନ୍ ଷ୍ଟିକ ସହ ୬ଟି ବିଜିଏଲ, ୧୪ଟି ଲ୍ୟାଣ୍ଡମାଇନ୍ ଜବତ ହୋଇଛି ।