(ନୂଆପଡା) : ପୁଣି ୨ ଜଣ କରୋନାରେ ମୃତ୍ୟୁ ହୋଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ ସହରର ଜଣେ ବ୍ୟବସାୟୀ ପଜିଟିଭ୍ ଚିହ୍ନଟ ହେବା ପରେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତକାଲି ମୃତ୍ୟୁ ହୋଇଛି । ଅପରପକ୍ଷରେ ସିନାପାଲି ବ୍ଲକ ଗୋଡାଲ ପଞ୍ଚାୟତ ବ୍ରାହ୍ମଣପଡା ଗାଁର ୩୮ ବର୍ଷିୟ ଜଣେ ମହିଳା କରୋନା ସଂକ୍ରମିତ ହୋଇ ସିଲଦା ସ୍ଥିତ ଜିଲ୍ଲା କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିଲା । ସୂଚାନୁଯାୟୀ ,ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା ଜିଲ୍ଲାରେ ୯୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।