୨୯ ତାରିଖରେ ବରପାଲି ବନ୍ଦ

(ଚିତ୍ତରଞ୍ଜନ ସାହୁ) : ବରଗଡ ଜିଲ୍ଲା ବରପାଲିଠାରେ ଆସନ୍ତା ଅଗଷ୍ଟ ୨୯ ତାରିଖ ଦିନ ବରପାଲି ବଣିକ ସଂଘ ପକ୍ଷରୁ ବନ୍ଦ ଡାକରା ଦେଇଛନ୍ତି । ବରପାଲିକୁ ୧୯୯୪ ମସିହାରୁ ସବଡିଭିଜନ ଦାବି ନେଇ ପ୍ରଥମେ ବରପାଲି ସାମ୍ବାଦିକ ସଂଘ, ଓକିଲ ସଂଘ ଦାବି କରି ଆସୁଥିଲେ ମଧ୍ୟ ତାହା ଆଜିପର୍ଯ୍ୟନ୍ତ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବା ଓ ବରଗଡ ଜିଲ୍ଲାକୁ କ୍ୟାନସର ପ୍ରଣୟ ଅଞ୍ଚଳ ଭାବେ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ତାର କୌଣସି ସୁଉପଚାର କରୁନଥିବାରୁ ବରପାଲି ବଣିକ ସଂଘ ନେତୃତ୍ୱରେ ସହରର ବିଭିନ୍ନ ଅନୁଷ୍ଠାନକୁ ନେଇ ଦୁଇ ଦଫା ଦାବିପତ୍ର ଯଥା :- ବରପାଲିକୁ ସବଡିଭିଜନର ମାନ୍ୟତା ଦିଆଯାଉ ଏବଂ ବରଗଡ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ତୁରନ୍ତ ନିର୍ମାଣ କରାଯିବା ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରିହିବା ସହିତ ବରପାଲି ସହରର ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ବଣୀକ ସଂଘ ଆହ୍ୱାନ ଦେଇଛନ୍ତି ।