ବୋଲେରୋ ସହିତ ୨୪ କେଜି ଗଞ୍ଜେଇ ଜବତ 

ଆନନ୍ଦପୁର: ପୁଣି ଜବତ ହେଲା ଗଞ୍ଜେଇ ଭର୍ତ୍ତି ଗାଡି । ଏଥର କିନ୍ତୁ କେନ୍ଦୁଝର ଜିଲ୍ଲାରୁ । ଆନନ୍ଦପୁର ଉପଖଣ୍ଡ ସୋସ ଥାନା ପୋଡାସିଙ୍ଗିଡି ଛକ ନିକଟରେ ଏକ ଗଞ୍ଜେଇ ବୋଝେଇ ବୋଲେରୋ ଗାଡି ଜବତ ହୋଇଛି । ୨୪ କେଜିର ଗଞ୍ଜେଇ ଭର୍ତ୍ତି ହୋଇଥିବା ଏକ ବୋଲେରୋ ଗାଡିକୁ ଜବତ କରିଛି ସୋସ ଥାନା ପୋଲିସ । ଏଥିସହିତ ହାଟଡିହି ଅଞ୍ଚଳର ରବିନ୍ଦ୍ର କୁମାର ମଳିକଙ୍କୁ ମଧ୍ୟ ଗିରଫ କରାଯାଇଛି । ବୋଲେରୋ ଗାଡି ସହିତ ୨୪ କେଜି ଗଞ୍ଜେଇ ଏବଂ ଅଭିଯୁକ୍ତକୁ ପୋଲିସ ଗିରଫ କରି ଅଟକ ରଖିଛି । ତେବେ ଅଭିଯୁକ୍ତ ରବିନ୍ଦ୍ରକୁ ଖୁବ ଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।