୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୭,୫୩୦ ଟଙ୍କା

ଭୁବନେଶ୍ୱର : ଗତ କିଛି ଦିନ ହେବ ବଢିଚାଲିଛି ସୁନା ଦର । ଯାହାକି ଗ୍ରାହକଙ୍କୁ ଅତିଷ୍ଠ କଲାଣି । ବିବାହ ଋତୁରେ ସୁନା ଦର ବୃଦ୍ଧି ପାଇଁ ସୁନା ଦୋକାନରୁ ମୁହଁ ଫେରାଉଛନ୍ତି ଗ୍ରାହକ । କିନ୍ତୁ ଏହାରି ଭିତରେ ସାମାନ୍ୟ କମିଛି ସୁନା ଦର । ଏପ୍ରିଲ ୨୮ ଅର୍ଥାତ୍ ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୭,୫୩୦ ଟଙ୍କା ରହିଛି । ଗତକାଲି ଏହା ୯୮,୨୧୦ ଟଙ୍କା ଥିଲା । ଏଥିରେ ୬୮୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୮୯,୪୦୦ ଟଙ୍କା ରହିଛି । ଗତକାଲି ଏହା ୯୦,୦୨୦ ଟଙ୍କା ଥିଲା । ଏଥିରେ ୬୨୦ ଟଙ୍କା ହ୍ରାସ ହୋଇଛି । ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୧୫୦ ଟଙ୍କା ରହିଛି । ଗତକାଲି ଏହା ୭୩,୬୬୦ ଟଙ୍କା ଥିଲା । ଏଥିରେ ୫୧୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ କମ୍ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୧୦୦ ରହିଛି । ଗତକାଲି ଏହା ୧୧,୧୯୦ ଟଙ୍କା ଥିଲା । ଏଥିରେ ୯୦ ଟଙ୍କା ହ୍ରାସ ହୋଇଛି ।