ମଟର ସାଇକଲ ସହ ୨୩ କେଜି ୯୨୦ ଗ୍ରାମ ଗଞ୍ଜେଇ ଜବତ, ୩ ଜଣ ଗିରଫ 

ବିଷମକଟକ:  କନ୍ଧମାଳରୁ କଳାହାଣ୍ଡି ଆଡକୁ ମୋଟର ସାଇକେଲରେ ଗଞ୍ଜେଇ ଚୋରା ଚାଲାଣ ହେବାବେଳେ ୨୩ କେଜି ୯୨୦ ଗ୍ରାମ୍ ଗଞ୍ଜେଇ ସହ ୩ଜଣ  ଗିରଫ । ଗିରଫ ତିନି ଜଣଙ୍କ ମଧ୍ୟରେ  ମୁନିଗୁଡା ଥାନା ଅନ୍ତର୍ଗତ ମାଦାଗୁଡି ଗ୍ରାମର ସୁରେନ୍ଦ୍ର ବ୍ରେଡେକା ଏବଂ ପ୍ରଶାନ୍ତ ଦିବାକା  ହୋଇଥିବା ବେଳେ ଅନ୍ୟ ଜଣକ ହେଲେ ସିରେଇ ଦିଗାଲ କନ୍ଧମାଳ ଜିଲ୍ଲା  ବାଲିଗୁଡା ଥାନା ଅନ୍ତର୍ଗତ ଜାରଗି ଗାଁ ବଡ ସାହିର ବୋଲି ଜଣାପଡିଛି। ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ପକ୍ଷରୁ ଏକ ଟିମ୍ ଅମ୍ବାଦଳା ଥାନା ଅଧୀନସ୍ଥ ଝିଗିଡି ଛକ ନିକଟରେ ଗାଡ଼ି ମଟର ଜାଞ୍ଚ କରୁଥିବା ସମୟରେ ଏକ ମୋଟର ସାଇକେଲରେ ତିନିଜଣ  ମୁନିଗୁଡା ପଟୁ ଦୃତ ଗତିରେ ଆସୁଥିବାର ଦେଖି ପୋଲିସ ଗାଡ଼ିଟିକୁ ଅଟକାଇ ଥିଲା। ହେଲେ ଗାଡି ଚାଳକ ଦୃତ ଗତିରେ ସେଠାରୁ ପଳାଇ ଯିବା ପାଇଁ ଚେଷ୍ଟା କରୁଥିବା  ସମୟରେ ପୋଲିସ ସନ୍ଦେହ କରି କିଛି ଦୂରକୁ ଯାଇ ଗାଡ଼ି ଅଟକାଇବା ସହ ତନଖି କରିବା ସମୟରେ ସେଥିରେ ଥିବା ୪ ଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା। ଏହି ଗଞ୍ଜେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ କଳାହାଣ୍ଡି ଜିଲ୍ଲାକୁ ଚାଲାଣ ହେଉଥିବା ଜଣାପଡିଛି । ଜବତ ଗଞ୍ଜେଇର ବାହାର ରାଜ୍ୟରେ ଆନୁମାନିକ ମୁଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏଥିରେ ସପୃକ୍ତ ଥିବା ୩ଜଣ ଚାଲାଣ କାରିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଓ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ  କାର୍ତ୍ତିକ ନାୟକ ସୁଚନା ଦେଇଛନ୍ତି ।