ବାଦଲ ଫଟା ବର୍ଷା ଯୋଗୁଁ ହଠାତ ଆସିଲା ବନ୍ୟା ଭାସିଗଲେ ୨୩ ଯବାନ , ସର୍ଚ୍ଚ ଅପରେସନ ଜାରି

ଗ୍ୟାଙ୍ଗଟକ୍ : ବାଦଲ ଫଟା ବର୍ଷା ଯେଗୁଁ ସିକମରେ ହଠାତ ଆସିଲା ପ୍ରଳୟଙ୍କାରୀ ବନ୍ୟା । ଉତ୍ତର ସିକିମର ଲାଚେନ୍ ହ୍ରଦ ଉପରେ ହଠାତ୍ ବାଦଲ ଫଟା ବର୍ଷା ହେବା ପରେ ଲାଚେନ୍ ଉପତ୍ୟକାର ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରବଳ ଜଳ ସ୍ରୋତରେ ୨୩ ଯବାନ ଭାସିଯାଇଥିବା ଜଣାପଡିଛି। ନିଖୋଜ ଯବାନଙ୍କ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ କିଛି ସେନାଗାଡି ମଧ୍ୟ ବନ୍ୟାପାଣିରେ ବୁଡି ରହିଥିବା କୁହାଯାଉଛି।

ଅନ୍ୟପଟେ ସିକିମ ପ୍ରଶାସନ ଜାରି କରିଛି ଫ୍ଲାସ ଫ୍ଲଡ ଆଲର୍ଟ । ଦୁଇ ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଯାତାୟତ ନକରିବା ସହ ଘରୁ ନବାହାରିବାକୁ କୁହାଯାଇଛି । ବାଦଲ ଫଟା ବର୍ଷା ଯୋଗୁ ବଡ଼ ଧରଣର ବିପର୍ଯ୍ୟୟ ଆଶଙ୍କା କରାଯାଉଛି । ଆହୁରି ୩ରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।