ସିକ୍ରେଟ ବିବାହ କଲେ ସଲମାନ-ସୋନାକ୍ଷୀ ! ୱେଡିଙ୍ଗ ଫଟୋ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆରେ ହେବାରେ ଲାଗିଛି ଭାଇରଲ
ଭୁବନେଶ୍ୱର: ସିଙ୍ଗଲରୁ ମିଙ୍ଗଲ୍ ହେଲେ ଭାଇଜାନ୍ | ୫୬ ବର୍ଷ ବୟସରେ ହାତକୁ ଦି ହାତ ହୋଇଛନ୍ତି ବଲିଉଡ ଜଗତର ଏହି ନାମିଦାମୀ କଳାକାର | ତେବେ ଆପଣ ବି ଏହି ଖବର ଜାଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ | ତେବେ ସତରେ ନୁହେଁ ବରଂ ମିଛି ମିଛିକା ବର ସାଜିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ ଏବଂ ଏହି ବିବାହରେ ତାଙ୍କର କନିଆ ସାଜିଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲି ସୋନାକ୍ଷୀ ସିହ୍ନା | ତେବେ ଏହି ବିବାହ ଆଉ କେହି ନୁହେଁ ବରଂ ସଲମାନ ଖାନଙ୍କ ଫ୍ୟାନ୍ସମାନେ କରିଛନ୍ତି | ଅର୍ଥାତ ଆପଣମାନେ ଜାଣି ପାରୁଥିବେ ଉପରେ ଦିଆଯାଇଥିବା ସଲମାନ ଓ ସୋନାକ୍ଷୀଙ୍କ ଫଟୋଟି ସମ୍ପୂର୍ଣ୍ଣ ଭାବେ ଏଡିଟିଂ କରାଯାଇ ସୋସିଆଲ ମିଡିଆରେ ଭାଇରଲ କରାଯାଇଛି |ତେବେ ଏଥିରୁ ଜଣାପଡୁଛି ଯେ ପ୍ରଶଂସକମାନେ ହୃଦୟର ସହିତ ସଲମାନ ଖାନଙ୍କୁ ବିବାହ ବନ୍ଧନରେ ବାନ୍ଧି ହେବାର ଦେଖିବାକୁ ଚାହୁଁଛନ୍ତି। ସେଥିପାଇଁ ଅଭିନେତାଙ୍କର ନକଲି ବିବାହ ଫଟୋ ବାରମ୍ବାର ତିଆରି କରି ସୋସିଆଲ ମିଡ଼ିଆରେ ଭାଇରଲ କରିବାରେ ଲାଗିଛନ୍ତି |
ତେବେ ଯଦି ଆପଣ ସଲମାନ ଖାନ ଏବଂ ସୋନାକ୍ଷୀଙ୍କ ନୂଆ ଫଟୋସପ୍ ହୋଇଥିବା ବିବାହ ଫଟୋ ଦେଖନ୍ତି ତେବେ ଆପଣ ମଧ୍ୟ ଚକିତ ହୋଇଯିବେ | ସଲମାନ ଖାନ ଏବଂ ସୋନାକ୍ଷୀ ସିହ୍ନା ଫଟୋରେ ବର ଏବଂ କନ୍ୟା ଭାବରେ ପୋଜ୍ ଦେଇଥିବା ଦେଖିବାକୁ ମିଳିଛି | ଉଭୟ ବର ଏବଂ କନ୍ୟା ବ୍ରାଇଡାଲ୍ ପୋଷାକରେ ଖୁବ୍ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି | ତେବେ ଫଟୋସପ୍ ହୋଇଥିବା ଏହି ଫଟୋଟିକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି | ଅନ୍ୟପକ୍ଷେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଫଟୋସପ୍ ହୋଇଥିବା ଏହି ଫଟୋଟି ବରୁଣ ଧୱନ ଏବଂ ନତାଶା ଦଲାଲଙ୍କ ବିବାହ ସମୟର ପିକଚର ଅଟେ | ଯାହାକି ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି |