କେନାଲରୁ ମଣିଷ କଙ୍କାଳ ଉଦ୍ଧାର

ଗୋପ/ ଜୟନ୍ତ ସେଠୀ: କଙ୍କାଳ, ସେ ପୁଣି ମଣିଷ କଙ୍କାଳ । ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର କଢିମୂଳ କେନାଲ ସଫେଇ ବେଳେ ମିଳିଛି ଏକ ମଣିଷ କଙ୍କାଳ । କଙ୍କାଳଟି ମିଳିବା ପରେ ଖବର ପାଇ ପୋଲିସ ଏହାକୁ ଉଦ୍ଧାର କରିଛି । ତେବେ କଙ୍କାଳଟି ପୁରୁଷ ଲୋକର କି ମହିଳାଙ୍କର ତାହା ଜଣା ପଡିନାହିଁ । ଏହା ପ୍ରାୟ ଏକ ବର୍ଷ ପୁରୁଣା ହେବ ବୋଲି ଅନୁମାନ କରାଯାଉଛି । ପିପିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଙ୍କାଳକୁ ଜବତ କରିବା ସହିତ, ଏହାକୁ କଟକ ଫୋରେନସିକ ଲାବୋରୋ୍ଟୋରୀକୁ ପଠା ଯାଇଛି । ଏନେଇ ପିପିଲି ଥାନାରେ ୨୨/୨୧ ରେ ଏକ ୟୁଡି କେସ ରୁଜୁ କରି ତଦନ୍ତ ଆରମ୍ବ କରିଛି ପୋଲିସ ।