ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୦୪ କରୋନା ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି କରୋନା ସଂକ୍ରମଣ
(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି କରୋନା ସଂକ୍ରମଣ । ନିୟମ ମାନୁନଥିବାରୁ ଦୈନିକ ସଂକ୍ରମଣ ବଢ଼ିଚାଲିଛି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରଥଯାତ୍ରା ଯୋଗୁ ଆଗକୁ ବି ପୁଣି ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ିବ ବୋଲି ଅନୁମାନ କରାଯାଉଛି । ଆଜି ଦୁଇ ଶହ ଅତିକ୍ରମ କରିଛି ଦୈନିକ ସଂକ୍ରମଣ। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ବଢ଼ିଚାଲିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଳାରୁ କେତେ ସଂକ୍ରମିତ ସଂଖ୍ୟା :-
New recoveries: 61
Cumulative tested: 32097481
Positive: 1289961
Recovered: 1279910
Active cases: 872— I & PR Department, Odisha (@IPR_Odisha) July 1, 2022
ଅନ୍ୟପଟେ ରାଜ୍ୟରେ ଦ୍ରୁତ ବେଗ ବଢ଼ୁଛି ଦୈନିକ କରୋନା ସଂକ୍ରମଣ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୮୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୮ ଜଣ ସଂକ୍ରମିତ ରହିଛନ୍ତି ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୯୬୧ ଜଣକୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ରାଜ୍ୟରେ ୩୨୦୯୭୪୮୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।
ସୂଚନାନୁଯାୟୀ , ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୯୯୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୭୨ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୯୯୧୦ ଜଣ ସୁସ୍ଥ ହୋଇଛନ୍ତି ।