ଭୁବନେଶ୍ବର: ପ୍ରକାଶ ପାଇଲା ୨୦୨୨ ଓଏଏସ୍ ରେଜଲ୍ଟ । ଟପ୍ ଫାଇଭରେ ୩ ଜଣ ମହିଳା ରହିଛନ୍ତି । ସେହିପରି ଟପ୍ ଟେନରେ ୫ ଜଣ ମହିଳା ରହିଥିବା ବେଳେ ୫ ଜଣ ପୁରୁଷ ରହିଛନ୍ତି । ସେହିପରୀ ମୋଟ ୬୮୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।
ଶ୍ବେତାଶ୍ରୀ ମହାପାତ୍ର ଓଏଏସ ଟପ୍ପର ହୋଇଥିବା ବେଳେ ପ୍ରିଙ୍କିଲ ପରବିନ ପରିଡ଼ା ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ତୃତୀୟ ସ୍ଥାନରେ ପୁରୁଷ ପରୀକ୍ଷାର୍ଥୀ ଦିପ୍ତୀରଞ୍ଜନ ପତି ରହିଛନ୍ତି । ସେହିପରି ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ ଏବଂ ପଞ୍ଚମ ସ୍ଥାନରେ ଆଜାଦ କୁମାର ସାହୁ ଅଛନ୍ତି । ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଏବଂ ଦଶମ ସ୍ଥାନରେ ଅମ୍ରିତା ସାହୁ ଅଛନ୍ତି ।